ତାଳଚକେଲ ଗାଁରେ ପ୍ରସିଦ୍ଧ ମା’ ଆଦ୍ୟାଶକ୍ତିଙ୍କ ବାର୍ଷିକ ଯାତ୍ରା ଉପଲକ୍ଷେ ବିଶ୍ୱରୂପ ଦର୍ଶନ ଓ ହରଗୌରୀଙ୍କ ଛତର ଯାତ୍ରାରେ ଜନସମୁଦ୍ର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ମା’ ଶକ୍ତି ସ୍ୱରୂପିଣୀ, କରୁଣାମୟୀ । ସେ ମହାମାୟୀ, ଦୟାମୟୀ । ମା’ ସେ ଆଦ୍ୟାଶକ୍ତି । ଆକୁଳ ହୋଇ ମା’କୁ ଯିଏ ଡାକିଛି ତା ମନୋକାମନା ପୂରଣ ହୋଇଛି । ଲୋକଙ୍କ ଆସ୍ଥା ଓ ବିଶ୍ୱାସ ମା’ଙ୍କ ପାଖକୁ ଟାଣିଆଣିଛି । ଦୂର ଦୁରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଧ ପଞ୍ଚାୟତର ମାଓ ପ୍ରବଣ ଅଞ୍ଚଳ ଭାବେ ବେଶ ଜଣାଶୁଣା ଥିବା ତାଳଚକେଲ ଗାଁରେ ପ୍ରସିଦ୍ଧ ମା’ ହରଗୌରୀ ଆଦ୍ୟାଶକ୍ତିଙ୍କ ବାର୍ଷିକ ଯାତ୍ରା ଉପଲକ୍ଷେ ବିଶ୍ୱରୂପ ଦର୍ଶନ ଓ ହରଗୌରୀଙ୍କ ଛତର ଯାତ୍ରାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିବା ଦେଖିବାକୁ ମିଳିଛି । ଘୁମୁରା, ଦୋଳବାଦ୍ୟର ତାଳେ ତାଳେ ଦୁଲୁକି ଉଠିଥିଲା ଏହି ଅଞ୍ଚଳ । ଏହି ମନ୍ଦିରର ପୂଜକ ମଙ୍ଗଳ ସିଂ ମାଝୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ମା’ଙ୍କ ଠାରେ ଆସ୍ଥା ଓ ବିଶ୍ୱାସ ରଖି ଶ୍ରଦ୍ଧାଳୁ ମାନେ ଆସିଥାନ୍ତି । ଦୂର ଦୂରାନ୍ତରୁୁ ତିନିଦିନ ବ୍ୟାପୀ ଏହି ଯାତ୍ରାରେ ଶ୍ରଦ୍ଧାଳୁମାନେ ସାମିଲ ହୋଇଥିଲେ । ଆଦିବାସୀ ପରମ୍ପରାର ରୀତିନୀତି ଅନୁସାରେ ଲିଙ୍ଗ ପୂଜାର୍ଚ୍ଚନାରୁ ଆରମ୍ଭ ହୋଇଥିଲା ମା’ଙ୍କ ବାର୍ଷିକ ଯାତ୍ରା । ଲିଙ୍ଗ ପୂଜା ହେବା ସହ ମା’ଙ୍କ ଠାରେ ବେଲପତ୍ର, ମନ୍ଦାର ଫୁଲ ଆଦି ଅର୍ପଣ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ମା’ଙ୍କ ଠାରେ ଭୋଗ ଲାଗି ଅର୍ପଣ କରାଯାଇଥିଲା । ଆଜି ମନ୍ଦିର ସମ୍ମୁଖରେ ମା’ଙ୍କ ବିଶ୍ୱରୂପ ଦର୍ଶନ ଓ ତାଳଚକେଲ ଗାଁରୁ ମନ୍ଦିର ପର୍ଯ୍ୟନ୍ତ ହରଗୌରୀଙ୍କ ଛତର ଯାତ୍ରାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିବା ଦେଖିବାକୁ ମିଳିଛି । ଏହି ଯାତ୍ରାରେ ଶ୍ରଦ୍ଧାଳୁମାନେ ଆସି ମା’ଙ୍କୁ ଦର୍ଶନ କରି ଖୁସିରେ ଥିବା ଜଣାପଡିଛି । ଏହି ଯାତ୍ରାକୁ ଶ୍ରଦ୍ଧାଳୁମାନେ ଚାତକ ପକ୍ଷୀ ପରି ଅନାଇରହିଥାନ୍ତି । ଏହି କାର୍ଯ୍ୟକ୍ରମରେ ମିନିକେତନ ବାଗ, କୁବେର ମାଝୀ, ଯୋଗଧ୍ୟାନ ପ୍ରଧାନ, ନାରାୟଣ ବାରିକ, ନିତ୍ୟା ଷଣ୍ଢ, ଗନ୍ଧର୍ବ ବାଗ, ବ୍ରଜ କିଶୋର ମାଝୀ, ଜୟଧର ମନହୀରାଙ୍କ ସହ ଗ୍ରାମବାସୀ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିମାନେ ସାମିଲ ହୋଇଥିଲେ । ଏହି ଯାତ୍ରା ହେବା ଫଳରେ ଅଞ୍ଚଳର ତାଳଚକେଲ ଗାଁ ଗୋଟିଏ ପ୍ରକାର ଜନ ସମୁଦ୍ର ପାଲଟିଥିବା ଦେଖିବାକୁ ମିଳିଛି । ଏଥିରେ ଅଞ୍ଚଳର ଜନ ପ୍ରତିନିଧିମାନେ ସାମିଲ ହୋଇ ମା’ଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ । ପ୍ରତ୍ୟେହ ରାତ୍ରିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା । ଦର୍ଶକମାନେ ଉପଭୋଗ କରିଥିଲେ । ଶାନ୍ତିଶୃଙ୍ଖଳା ପାଇଁ ବଙ୍ଗୋମୁଣ୍ଡା ପୋଲିସ ମୁତୟନ ହୋଇଥିଲା ।

Leave A Reply

Your email address will not be published.