pr

ସୌମ୍ୟାଶ୍ରୀଙ୍କ ନ୍ୟାୟ ଦାବିରେ ଏଆଇଡିଏସଓ ପକ୍ଷରୁ ସାରା ଓଡିଶା ଛାତ୍ର ଧର୍ମଘଟ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଦୁଃଖଦ ମୃତ୍ୟୁ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ତଥା ଛାତ୍ରୀଙ୍କ ଅଭିଯୋଗ ସତ୍ୱେ କୌଣସି ପଦକ୍ଷେପ ନେଇନଥିବା ବ୍ୟକ୍ତିମାନଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ପ୍ରଦାନ କରିବା, ଶିକ୍ଷାଅନୁଷ୍ଠାନ ସମେତ ସମସ୍ତ ସ୍ଥାନରେ ଛାତ୍ରୀମାନଙ୍କ ନିରାପତ୍ତା ସୁନିଶ୍ଚିତ କରିବା ଦାବିରେ ସାରା ଓଡିଶା ଛାତ୍ର ଧର୍ମଘଟ ଏଆଇଡିଏସଓ ରାଜ୍ୟ କମିଟି ତରଫ ଡାକରା ଦିଆଯାଇଥିଲା । ବଲାଙ୍ଗିରରେ ଏଆଇଡିଏସଓ ଜିଲ୍ଲା କମିଟି ପକ୍ଷରୁ ସକାଳ ୬:୩୦ରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ ସମେତ ସମସ୍ତ ଶିକ୍ଷାନୁଷ୍ଠାନରେ ପିକେଟିଙ୍ଗ କରାଯାଇଥିଲା । ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅବିଭାବକମାନଙ୍କ ସ୍ୱତଃସ୍ପୁର୍ତ୍ତ ସମର୍ଥନରେ ଏହି ଏହି ଧର୍ମଘଟ ଅଦ୍ଭୁତପୂର୍ବ ଭାବେ ସଫଳ ହୋଥିବାରୁ ଏଆଇଡିଏସଓ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ସମ୍ପାଦିକା ଗୌରୀ ରାଉତ, ଜିଲ୍ଲା ସଭାପତି ମଧୁସୁଦନ ବାଗ ଅଭିନନ୍ଦନ ଜଣାଇଛନ୍ତି ।

nrusinghnath
Leave A Reply

Your email address will not be published.