ଜୁଏଲ ଓରାମଙ୍କ ସୁନ୍ଦରଗଡ ଗସ୍ତ ବିଭିନ୍ନ ଜନ କଲ୍ୟାଣକାରୀ ପ୍ରକଳ୍ପର ଉଦଘାଟନ

  • ସ୍ୱଚ୍ଛ ସୁନ୍ଦରଗଡ ଆପର କଲେ ଶୁଭାରମ୍ଭ

ସୁନ୍ଦରଗଡ, (ସସ୍ମିତା ପ୍ରଧାନ) : କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ସୁନ୍ଦରଗଡ ଗସ୍ତରେ ଆସି ବିଭିନ୍ନ ଜନ କଲ୍ୟାଣକାରୀ ପ୍ରକଳ୍ପର ଉଦଘାଟନ କରିବା ସହିତ ସ୍ୱଚ୍ଛ ସୁନ୍ଦରଗଡ ମୋବାଇଲ ଆପର ଶୁଭାରମ୍ଭ କରିଥିଲେ । ଏହା ସହିତ ଜିଲ୍ଲାରେ ପିଏମ ଜନମନ ଓ ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନର ଅଗ୍ରଗତି ସମୀକ୍ଷା କରିଥିଲେ । ଜୁଏଲ ଓରାମଙ୍କ ସହିତ ଏହି ଗସ୍ତରେ ଉପବାଚସ୍ପତି, ଓଡିଶା ବିଧାନସଭା ଭବାନୀ ଶଙ୍କର ଭୋଇ ଯୋଗ ଦେଇଥିଲେ । ଆଜି ସକାଳେ ଓରାମ ପ୍ରଥମେ କେନ୍ଦ୍ରୀୟ ବିଦ୍ୟାଳୟର ପରିସରରରେ ଅଭିଭାବକମାନଙ୍କ ପାଇଁ ଅପେକ୍ଷା ଗ୍ରୁହର ଉଦଘାଟନ କରିବା ସହିତ ଛାତ୍ରଛାତ୍ରୀମାନଙ୍କ ସହିତ ମିଶି ସେମାନଙ୍କ ସମସ୍ୟା ପଚାରି ବୁଛିଥିଲେ ।  ୧୦ ଲକ୍ଷ ଟଙ୍କା ବ୍ୟୟରେ ଏହାର ନିର୍ମାଣ କରାଯାଇଛି । ଏହା ପରେ ପରେ ସେ ସୁନ୍ଦରଗଡ ମ୍ୟୁନିସିପାଲିଟିର ୱାର୍ଡ ନମ୍ବର ୯ ସ୍ଥିତ ଆରଏଚଏସ କୋଲୋନିଠାରେ ନବ ନିର୍ମିତ ବହୁମୂଖୀ ଭବନର ଉଦଘାଟନ କରିଥିଲେ ।  ୩୬୫.୨୬ ଲକ୍ଷ ବ୍ୟୟରେ ନିର୍ମିତ ଏହି ବହୁମୂଖୀ ଭବନ ଜନ ସାଧାରଣଙ୍କ ସାମାଜିକ ସାଂସ୍କୁତିକ କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରାଯାଇପାରିବ ଏହି ଭବନରେ ଏକା ସହିତ ୫୦୦ ଲୋକ ବସିବାର ବ୍ୟବସ୍ଥା ରହିଛି । ସେହିପରି ୱାର୍ଡ ନମ୍ବର ୧୬ରେ ମଧ୍ୟ ନବ ନିର୍ମିତ ବହୁମୂଖୀ ଭବନର ଉଦଘାଟନ କରିଥିଲେ । ଏହା ବ୍ୟତୀତ ଶ୍ରୀ ଓରାମ ଜିଲ୍ଲା ସଂସ୍କୁତ ଭବନରେ ଆୟୋଜିତ  କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲାରେ ପିଏମ ଜନମନ ଓ ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନର ଅଗ୍ରଗତି ସମୀକ୍ଷା କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ମନୋଜ ମହାଜନ ଜିଲ୍ଲାରେ ହେଉଥିବା ଉନ୍ନୟନ କାର୍ଯ୍ୟ, ବିଭିନ୍ନ ପ୍ରକଳ୍ପ ବିଷୟରେ ଅବଗତ କରାଇଥିଲେ । ସୂଚନା ଯୋଗ୍ୟ ଯେ ସୁନ୍ଦରଗଡ଼ ଜିଲ୍ଲାରେ ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ୧୭ଟି ବ୍ଲକର ୮୧୨ଟି ଗ୍ରାମରେ କାର୍ଯ୍ୟକାରୀ ହେବା ବେଳେ ପିଏମ ଜନମନ ଲହୁଣୀପଡା ବ୍ଲକର ୯ଟି ଗ୍ରାମ ପଂଚାୟତର ୫୨ ଗ୍ରାମରେ ଏହାର କାର୍ଯ୍ୟକାରୀ କରାଯାଉଛି । ଏହି ଅବସରରେ  କେନ୍ଦ୍ର ମନ୍ତ୍ରୀ ଶ୍ରୀ ଓରାମ କହିଥିଲେ ଯେ ଗ୍ରାମର କିମ୍ବା ଜିଲ୍ଲା ବା ରାଜ୍ୟର ବିକାଶ ପାଇଁ  ନାଗରିକଙ୍କର ସହାୟତା-ସହଭାଗିତାର ଆବଶ୍ୟକ  ରହିଛି । କୌଣସି ଅଂଚଳର ବିକାଶ କେବଳ ପ୍ରଶାସନର ଦାୟୀତ୍ୱ ନୁହେଁ ଏହା ପାଇଁ ସଚେତନ ନାଗରିକର ଉୂମିକା ମଧ୍ୟ ସମାନ ରହିଛି । ସମସ୍ତଙ୍କ ମିଳିତ ପ୍ରୟାସରେ ହିଁ ବିକାଶ ସମ୍ଭବ । ଏହି ଅବସରରେ ସେ ସ୍ୱଚ୍ଛ ଭାରତ ମିଶନ ଅର୍ନ୍ତର୍ଗତ ସ୍ୱଚ୍‌ଚ୍ଛ ସୁନ୍ଦରଗଡ ମୋବାଇଲ ଆପର ଉନ୍ମୋଚନ କରିଥିଲେ । ଜିଲ୍ଲାର ଗ୍ରାମୀଣ ଅଂଚଳରେ ମଇଳା ସଂଗ୍ରହ କରିବା ବା ପରିଚାଳନା ଦିଗରେ ଏହା ସହାୟକ ହେବ । ଆପରେ ସ୍ୱଚ୍ଛ ସାଥୀମାନଙ୍କ ଯୋଗାଯୋଗ ନମ୍ବର ରହିବା ସହିତ ପରିମଳ ବ୍ୟବସ୍ଥାକୁ ମଜବୁତ କରିବାରେ ସହାୟକ ହେବ । ଏହା ବ୍ୟତୀତ ସେ ଛାତ୍ରଛାତ୍ରୀମାନଙ୍କ ଉଦେଶ୍ୟରେ ଡିଏମଏଫ ପକ୍ଷରୁ ଜିଲ୍ଲାର ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ୩୪ ଟି ବସର ମଧ୍ୟ ଶୁଭାରମ୍ଭ କରାଯାଇଛି । ସ୍ୱଚ୍ଛ ସାଥୀମାନଙ୍କୁ ମଧ୍ୟ ମଇଳା ସଂଗ୍ରହ କରିବା ପାଇଁ ବାହନ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ  ସୁନ୍ଦରଗଡ଼ ପୌରାଞ୍ଚଳ ଅଧ୍ୟକ୍ଷା ତନୟା ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ, କେନ୍ଦ୍ର ମନ୍ତ୍ରୀଙ୍କ ସେକ୍ରେଟାରୀ ଅମିତ କୁମାର,  ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର, ଡିଏଫ ଓ ଖୁସବନ୍ତ ସିଂହ,  ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ , ଆଇ ଏ ଏସ ଶିକ୍ଷାନବିସ ଫାବୀ ରସିଦ ତଥା ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.