oom

‘ଆନ୍ତର୍ଜାତୀୟ ଯୋଗ ଦିବସ’ ଅବସରରେ ଗୁଜରାଟର ଅହମ୍ମଦାବାଦରେ ସ୍ଥାନୀୟ ବାସିନ୍ଦାଙ୍କ ସହ ଯୋଗ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

jsmm
  • ମନ, ଶରୀର ଏବଂ ଆତ୍ମା ମଧ୍ୟରେ ସମନ୍ୱୟ ଆଣିଥିବା ‘ଯୋଗ’ ଆଜି ସାରା ବିଶ୍ୱର ଲୋକଙ୍କ ଦୈନନ୍ଦିନ ଜୀବନର ଅଂଶ ହୋଇଛି ।
  • ଶହ ଶହ ବର୍ଷ ଧରି ସୁସ୍ଥ ଏବଂ ଫିଟ୍ ଜୀବନଶୈଳୀର ଭାରତୀୟ ପରମ୍ପରାରେ ଯୋଗ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି
  • ମୋଦୀଜୀଙ୍କ ନେତୃତ୍ୱରେ ଭାରତର ଅମୂଲ୍ୟ ଐତିହ୍ୟ ‘ଯୋଗ” କୁ ସମଗ୍ର ବିଶ୍ୱ ଗ୍ରହଣ କରିଛି
  • ‘ଅନ୍ତର୍ଜାତୀୟ ଯୋଗ ଦିବସ “ଅବସରରେ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି ଏବଂ ଯୋଗକୁ ଦୈନନ୍ଦିନ ଜୀବନର ଅଂଶ କରିବା ପାଇଁ ନିବେଦନ କରୁଛି

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ଅବସରରେ ଆଜି ଗୁଜରାଟର ଅହମ୍ମଦାବାଦରେ ସ୍ଥାନୀୟ ବାସିନ୍ଦାଙ୍କ ସହ ଯୋଗ କରିଥିଲେ । ‘ଏକ୍ସ “ରେ ନିଜ ପୋଷ୍ଟରେ ଅମିତ ଶାହ କହିଛନ୍ତି ଯେ ମନ, ଶରୀର ଏବଂ ଆତ୍ମା ମଧ୍ୟରେ ସମନ୍ୱୟ ଆଣିଥିବା’ ଯୋଗ” ଆଜି ସାରା ବିଶ୍ୱର ଲୋକଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଯାଇଛି । ଅନ୍ୟ ଏକ ପୋଷ୍ଟରେ କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ କହିଛନ୍ତି, ଯୋଗ ଶତାବ୍ଦୀ ଶତାବ୍ଦୀ ଧରି ସୁସ୍ଥ ଏବଂ ଫିଟ୍ ଜୀବନଶୈଳୀର ଭାରତୀୟ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି । ଯୋଗର ନିୟମିତ ଅଭ୍ୟାସ ଶରୀର, ମନ ଏବଂ ଚିନ୍ତାଧାରାକୁ ବିଶୃଙ୍ଖଳାରୁ ମୁକ୍ତ କରିଥାଏ ଏବଂ ସକାରାତ୍ମକ ଶକ୍ତି ସଞ୍ଚାରିତ କରିଥାଏ । ମୋଦୀ ଜୀଙ୍କ ନେତୃତ୍ୱରେ ଭାରତର ଅମୂଲ୍ୟ ଐତିହ୍ୟ ‘‘ଯୋଗ” କୁ ସମଗ୍ର ବିଶ୍ୱ ଗ୍ରହଣ କରିଛି । ‘ଅନ୍ତର୍ଜାତୀୟ ଯୋଗ ଦିବସ’ ଅବସରରେ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି ଏବଂ ଯୋଗକୁ ଦୈନନ୍ଦିନ ଜୀବନର ଏକ ଅଂଶ କରିବାକୁ ନିବେଦନ କରୁଛି ।

jittmm
Leave A Reply

Your email address will not be published.