centurian jitm

କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ବିଭାଗରୁ ପ୍ରିୟାଂଶୁ କୁମାର ଜଗତ ସମ୍ବଲପୁରୀ ଢ଼ୋଲରେ ବୃତ୍ତି ପାଇବା ପାଇଁ ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମର ପ୍ରିୟାଂଶୁ କୁମାର ଜଗତ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ବିଭାଗ ଭାରତ ସରକାରଙ୍କ ତରଫରୁ ଓଡ଼ିଶାରୁ କେବଳ ଜଣେ ସମ୍ବଲପୁରୀ ଢ଼ୋଲରେ ବୃତ୍ତି ପାଇବା ପାଇଁ ମନୋନୀତ ହୋଇଛନ୍ତି । ବର୍ତ୍ତମାନ ପ୍ରିୟାଂଶୁ କୁମାର ଜଗତ ପିଏମ୍ ଶ୍ରୀ ମାଣ୍ଡୋସିଲ ସରକାରୀ ଉଚ୍ଚ ବିଦ୍ୟାଳୟ ମାଣ୍ଡୋସିଲ ଠାରେ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । ଏହି ଖବର ଶୁଣିବା ମାତ୍ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ଟେଟେ, ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ, ଅଭିଭାବକ ଅଭିଭାବିକା ତଥା ମାଣ୍ଡୋସିଲ ଗ୍ରାମର ସମସ୍ତ କଳାକାର ଗ୍ରାମବାସୀଙ୍କ ମଧ୍ୟରେ ଖୁସୀର ଲହରୀ ଖେଳିଯାଇଛି । ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଥିବାରୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମଧ୍ୟ ପ୍ରିୟାଂଶୁ କୁମାର ଜଗତଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଛନ୍ତି । ପ୍ରିୟାଂଶୁଙ୍କ ଗୁରୁ ନିଜ ଅଜା ଟିକେଚନ ଜଗତ । ତାଙ୍କ ଅଜା ଜଣେ ପଶ୍ଚିମ ଓଡ଼ିଶାର ସଫଳ ସମ୍ବଲପୁରୀ ଢ଼ୋଲ୍ ବାଦକରେ ପ୍ରସିଦ୍ଧ । ଅଜାଙ୍କ ଢ଼ୋଲ୍ ବଜାଇବା ଦେଖି ଧୀରେ ଧୀରେ ସେ ଅଜାଙ୍କଠାରୁ ଢ଼ୋଲ୍ ବଜାଇବା ଶିକ୍ଷା ଲାଭ କରିଥିଲେ । ବାପା ଲଳିତ ଜଗତ ଜଣେ ସଫଳ ନାଟ୍ୟକାର ତଥା ନିର୍ଦ୍ଦେଶକ ବର୍ତ୍ତମାନ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ବିଭାଗ ତରଫରୁ ଫୋକ୍ ଥିଏଟର ( ଲୋକ ନାଟକ)ରେ ସିନିୟର୍ ଫେଲୋସିପ ପାଇ ଲୋକ ନାଟକ ଗୁଡ଼ିକୁ ଗବେଷଣା କରୁଛନ୍ତି । ମାଁ ଆରତୀ ଜଗତ ସେ ମଧ୍ୟ ଜଣେ କଣ୍ଠ ଶିଳ୍ପୀ । ତାଙ୍କ ପରିବାରରେ ମଧ୍ୟ ଖୁସିର ଲହରୀ ଖେଳି ଯାଇଛି ।

Leave A Reply

Your email address will not be published.