oom

କେସିଙ୍ଗାର ଉନ୍ନତି ପାଇଁ ୧୦ ଦଫା ଦାବି : ୧୫ ଦିନ ଭିତରେ ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ

jsmm

କେସିଙ୍ଗା : କଳାହାଣ୍ଡି ଜିଲ୍ଲାର ମୁଖ୍ୟ ଦ୍ୱାର ଭାବେ କେସିଙ୍ଗା ପରିଚିତ । ହେଲେ କେସିଙ୍ଗା ଅଞ୍ଚଳର ଉନ୍ନତି ଯେଉଁ ଭଳି ହେବା କଥା ତାହା ହେଉନଥିବା ଅଭିଯୋଗ ହେଉଛି । ରାଜ୍ୟର ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ କେସିଙ୍ଗା ରେଲୱେ ଷ୍ଟେସନଠାରୁ ସିଧାସଳଖ ଭାବେ ଦୈନିକ ଟ୍ରେନ ସୁବିଧା କ୍ଷେତ୍ରରେ ହେଉ କିମ୍ବା କୋଣାର୍କ ସୁତାକଳକୁ ପୁନରୁଦ୍ଧାର କରିବା ପାଇଁ ସରକାରଙ୍କ ଆନ୍ତରିକତା ଅଭାବ ଏବଂ କେସିଙ୍ଗା ସହର ଉପଖଣ୍ଡ ଦେଇ ବାଇପାସ୍ ରାସ୍ତା ନିର୍ମାଣ ପ୍ରତି ଦୃଷ୍ଟି ନ ପଡ଼ିବା ଭଳି ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ କେସିଙ୍ଗା ଅଞ୍ଚଳକୁ ଅବହେଳା କରାଯାଉଥିବା ଅଭିଯୋଗ ହେଉଛି । କେସିଙ୍ଗା ସହର ତଥା ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ସଚେତନ ନାଗରିକ ମଞ୍ଚ ତରଫରୁ କେନ୍ଦ୍ର ଓ ରାଜ୍ୟସରକାରଙ୍କ ଠାରେ ଦୃଷ୍ଟି ଆକର୍ଷଣ କରାଯାଇ ତାହାର ସମାଧାନ ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇଆସୁଛି । ହେଲେ ଦାବି ଗୁଡ଼ିକ ପ୍ରତି ସରକାର କ’ଣ ପଦକ୍ଷେପ ନେଇଛନ୍ତି ସେନେଇ ଅଞ୍ଚଳବାସୀଙ୍କ ପାଖରେ କୌଣସି ସୂଚନା ନଥିବା ଜଣାପଡିଛି । ଯାହାକୁ ନେଇ ସଚେତନ ନାଗରିକ ମଞ୍ଚର ଆବାହକତ୍ୱରେ ଆଗାମୀ ଦିନରେ ଗଣତାନ୍ତ୍ରିକ ବିଧି ବିଧାନ ଅନୁସାରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ପାଇଁ ସଜବାଜ ହେଉଥିବା ଜଣାପଡ଼ିଛି । ଆସନ୍ତା ୧୫ ଦିନ ଭିତରେ ଦାବି ଗୁଡ଼ିକ ପୂରଣ ନହେଲେ ଗଣତାନ୍ତ୍ରିକ ବିଧି ବିଧାନ ଅନୁସାରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲିି ଚେତାବନୀ ଦେଇଛି କେସିଙ୍ଗା ସଚେତନ ନାଗରିକ ମଞ୍ଚ ମଞ୍ଚ ପକ୍ଷରୁ ଦଶ ଦଫା ଦାବି ଉପସ୍ଥାପନ ପ୍ରସ୍ତୁତ କରି କେସିଙ୍ଗା ଏନ୍ଏସି ନିର୍ବାହୀ ଅଧିକାରୀଙ୍କ ଜରିଆରେ ଏକ ସ୍ମାରକ ପତ୍ର ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଏହା ସହିତ ଏହାର ଏକ କପି କେସିଙ୍ଗା ଆଦର୍ଶ ଥାନା ଆଇଆଇସିଙ୍କୁ ମଧ୍ୟ ପ୍ରଦାନ କରାଯାଇଥିବା ନେଇ କେସିଙ୍ଗା ସଚେତନ ନାଗରିକ ମଞ୍ଚର ସଭାପତି ଉତ୍ତର ମହଲା ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.