ବଲାଙ୍ଗିର : ସିବିଏସଇ ମାଟ୍ରିକ ଓ ଯୁକ୍ତ ୨ପରୀକ୍ଷାର ଫଳାଫଳ ଆଜି ପ୍ରକାଶ ପାଇଛି। ଯେଉଁଥିରେ ବଲାଙ୍ଗିର ଆଇଡିଏମ ପବ୍ଲିକ ସ୍କୁଲର ରେଜଲ୍ଡ ଭଲ ହୋଇଛି। ଉଭୟ ମାଟ୍ରିକ ଓ ଯୁକ୍ତ ୨ରେ ପାହାର ଶତପ୍ରତିଶତ ରହିଛି ଯୁକ୍ତ ୨ବିଜ୍ଞାନରେ ସମୁଦାୟ ୭୮ଜଣ ପରୀକ୍ଷା ଦେଇଥିଲେ। ଯେଉଁଥିରୁ ୧୨ଜଣ ପରୀକ୍ଷାର୍ଥୀ ୮୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି। ସ୍କୁଲର ପ୍ରଜ୍ଞାପ୍ରିୟଦର୍ଶିନୀ ସର୍ବାଧିକ ୯୪ ପ୍ରତିଶତ ଏବଂ ସ୍ୱୀକୃତି ମିଶ୍ର ୯୩ ପ୍ରତିଶତ ମାର୍କ ରଖିଛତି । ସମୁଦାୟ ୫୦ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିଲେ। ଯେଉଁଥିରୁ ୧୦ଜଣ ଛାତ୍ରଛାତ୍ରୀ ୮୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ବେଳେ ହର୍ସିଲ ମେହେର ସର୍ବାଧିକ ୯୪ ପ୍ରତିଶତ ମାର୍କ ରଖିଛନ୍ତି । ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ସ୍କୁଲ କର୍ତ୍ତୃପକ୍ଷ ଶୁଭେଚ୍ଛା ଜଣାଇଛନ୍ତି ।