
ସିବିଏସଇ ମାଟିକ୍ର ପରୀକ୍ଷାଫଳରେ ସେମ୍ଫୋଡର଼୍ ପ୍ୟୁଚରିଷ୍ଟିକ୍ ସ୍କୁଲର ଆଦ୍ୟାଶା ଭୁୟାଁ ୯୭.୨% ମାର୍କ ରଖି ସ୍କୁଲ ଟପ୍ପର
ବଲାଙ୍ଗିର, (କେପିଏନ୍ଏସ୍) : ସିବିଏସଇ ମାଟିକ୍ର ପରୀକ୍ଷାଫଳ ପ୍ରକାଶ ପାଇଛି । ଏଥିରେ ସେମ୍ଫୋଡର଼୍ ପ୍ୟୁଚରିଷ୍ଟିକ୍ ସ୍କୁଲର ଛାତ୍ରଛାତ୍ରୀ ମାନେ ବାଜିମାତ କରିଛନ୍ତି । ସ୍କୁଲର ଆଦ୍ୟାଶା ଭୁୟାଁ ନାମକ ଜଣେ ଛାତ୍ରୀ ୯୭.୨% ମାର୍କ ରଖି ଟପ୍ପର ହୋଇଥିବା ବେଳେ ଆର୍ଯ୍ୟାମାନ ପୁରୋହିତ, ସ୍ନେହାଲ ମିଶ୍ର, ଅନ୍ମୋଲ ମିଶ୍ର, ଅନନ୍ୟା ବାରିକ, ଶ୍ରେୟସ୍ ପାଣିଗ୍ରାହୀ ସିବିଏସଇ ମାଟିକ୍ରରେ ୯୦%ରୁ ଅଧିକ ମାର୍କ ରଖିଛନ୍ତି । ସେହିପରି ପାସାହାର ମଧ୍ୟ ସ୍କୁଲର ଶତପ୍ରତିଶତ ରହିଛି । ଛାତ୍ରଛାତ୍ରୀଙ୍କ ଏହି ସଫଳତା ଯୋଗୁଁ ସ୍କୁଲ ଗର୍ବିତ ହୋଇ ପାରିଥିବା ବେଳେ ସ୍କୁଲର ନିର୍ଦ୍ଦେଶକ ଓ ପ୍ରିନ୍ସିପାଲ ସମସ୍ତ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
