oom

ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସଂଯୁକ୍ତ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି କଟକ ବାଲିଯାତ୍ରା ପଡିଆ ଠାରେ ରାଜ୍ୟ ସ୍ତରୀୟ ଉତ୍ସବରେ ଆଭାସୀ ଜରିଆରେ ମାନ୍ୟବର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜେ. ପି. ନଡ୍ଡା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଆରୋଗ୍ୟ ସଂଯୁକ୍ତ ଯୋଜନା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ମୟୁରଭଞ୍ଜ ଜିଲ୍ଲାରେ ସମସ୍ତ ବ୍ଲକ, ପୌରପାଳିକା ଓ ବିଜ୍ଞାପିତ ଅଂଚଳ ପରିଷଦରେ ସମୁଦାୟ ୮୮ ଟି କେନ୍ଦ୍ରରେ ଉକ୍ତ କାର୍ଡ ବଣ୍ଟନର ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କ୍ରମରେ ଆଜି ବାରିପଦା ପୌର ପାଳିକା ଆନୁକୂଲ୍ୟରେ ଦେବେନ୍ଦ୍ରପୁର ଠାରେ ଏହି କାର୍ଡ ବଣ୍ଟନର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାର୍ବଜନୀନ ଉଦ୍ୟୋଗ ବିଭାଗ, ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ହେମକାନ୍ତ ସୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଭାତ କୁମାର ବେହେରା, ପୌର ପାଳିକା ଅଧ୍ୟକ୍ଷ କୃଷ୍ଣା ନନ୍ଦ ମହାନ୍ତି, ଉପାଧ୍ୟକ୍ଷା ସୀମା ଦାସ, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଦେବି ପ୍ରସାଦ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି କହିଥିଲେକି ରାଜ୍ୟ ସରକାରଙ୍କ ଏକମାତ୍ର ଲକ୍ଷ୍ୟ, ଧାଡ଼ିର ଶେଷ ବ୍ୟକ୍ତି ଯେମିତି ସୁବିଧାରେ କାର୍ଡ ଓ ଅନ୍ୟାନ୍ୟ ସୁବିଧା ପାଇପାରିବ । ଏହି ଯୋଜନାର ବିଶେଶ୍ୱତ ହେଉଛି ଏଥିରେ ପରିବାରର ରାସନ କାର୍ଡରେ ଯେତେ ଜଣଙ୍କ ନାମ ଥିବ ସମସ୍ତ ସଦସ୍ୟଙ୍କୁ ଗୋଟିଏ ଗୋଟିଏ କାର୍ଡ ମିଳିବ ଏବଂ ଦେଶରେ ୨୯୦୦୦ ତାଲିକା ଭୁକ୍ତ ଅଗ୍ରଣୀ ଘରୋଇ ଏବଂ ସରକାରୀ ଚିକିତ୍ସାଳୟରେ ଲୋକମାନେ ଦେୟ ମୁକ୍ତ ସ୍ୱାସ୍ଥ୍ୟ ସେବା ପାଇପାରିବେ ସେହିପରି ୭୦ ବର୍ଷ ବୟସରୁ ଅଧିକ ବୟସର ଲୋକ ମାନଙ୍କୁ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ସାମିଲ କରାଯିବ । ପ୍ରତ୍ୟେକ ପରିବାର ପିଛା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଦିଆଯିବା ବେଳେ ପରିବାରର ମହିଳା ହିତାଧିକାରୀଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସେବା ପ୍ରଦାନ କରାଯିବ । ଗୋଟିଏ ପରିବାରରେ ୭୦ ବର୍ଷରୁ ଅଧିକ ବୟସର ହିତାଧିକାରୀ ଥିଲେ, ପରିବାର ପ୍ରତି ଚିକିତ୍ସା ଖର୍ଚ୍ଚ ସର୍ବାଧିକ ୧୫ ଲକ୍ଷ ଟଙ୍କା ପାଇପାରିବେ । ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ଼ ମିଳିଥିଲା ମାତ୍ର ଏହି ଯୋଜନାରେ ଏବେ ପରିବାରର ପ୍ରତ୍ୟେକ ହିତାଧିକାରୀଙ୍କୁ ଗୋଟିଏ ଲେଖାଏଁ କାର୍ଡ ପ୍ରଦାନ କରାଯିବ ଯାହାଫଳରେ ବିଶେଷକରି ରାଜ୍ୟ ବାହାରେ ରହୁଥିବା ହିତାଧିକାରୀମାନଙ୍କୁ ଆଉ ଦେୟମୁକ୍ତ ସ୍ୱାସ୍ଥ୍ୟ ସେବା ପାଇବାରେ କୌଣସି ଅସୁବିଧା ହେବନାହିଁ । ଗୋଟିଏ ପରିବାରର ଜଣେ ସଦସ୍ୟଙ୍କ ଇ କେ ୱାଇ ସି ଆଧାର ଅଥେଣ୍ଟିକେସନ ହୋଇଗଲେ ପରିବାରର ଅନ୍ୟ ସଦସ୍ୟଙ୍କୁ ବି କାର୍ଡ ମିଳିବାର ବ୍ୟବସ୍ଥା ହୋଇଛି । ବୟୋବନ୍ଦନା ଯୋଜନାରେ ହିତାଧିକାରୀମାନେ ଅଲଗା ଏକ କମ୍ପୁଟର ଆଇ ଡି ଜେନେରେଟେଡ଼ ସ୍ୱତନ୍ତ୍ର କାର୍ଡ ପାଇବେ । ନୂତନ ଏକକ କାର୍ଡ଼ ପାଇବା ପର୍ଯ୍ୟନ୍ତ ହିତାଧିକାରୀମାନେ ତାଲିକା ଭୁକ୍ତ ହସ୍ପିଟାଲମାନଙ୍କରେ ନିଜର ଆଧାର କାର୍ଡ଼/ବର୍ତ୍ତମାନ ପାଖରେ ଥିବା ପୁରାତନ ସ୍ୱାସ୍ଥ୍ୟ କାର୍ଡ଼ ନମ୍ବର କିମ୍ବା ରାସନ କାର୍ଡ ନମ୍ବର ଦେଇ ଚିକିତ୍ସା ପାଇପାରିବେ । ଏହାକୁ ନେଇ କେହି ସଂଶୟ ପ୍ରକାଶ କରିବା ଅନୁଚିତ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ସାଧାରଣ ଜନସେବା କେନ୍ଦ୍ର ଗୁଡିକ ସମ୍ପୃକ୍ତ ଅଞ୍ଚଳର ଆଶାକର୍ମୀ/ବହୁମୂଖୀ ଜନ ସ୍ୱାସ୍ଥ୍ୟ କର୍ମୀମାନଙ୍କ ସହାୟତାରେ ହିତାଧିକାରୀମାନଙ୍କୁ କାର୍ଡ଼ ବଣ୍ଟନ କରିବେ । ଚିହ୍ନିତ ହୋଇଥିବା କିଛି ହିତାଧିକାରୀଙ୍କୁ ଆଜି ଏକ ସେମ୍ପଲ କାର୍ଡ ବଣ୍ଟନ କରାଯାଉଛି ଏବଂ ଇ କେ ୱା ସି ପରେ ପରେ ଅରିଜିନାଲ କାର୍ଡ ପ୍ରଦାନ କରାଯିବ । ଆଗାମୀ ଦୁଇ/ତିନି ମାସ ମଧ୍ୟରେ ଜିଲ୍ଲାର ସମସ୍ତ ହିତାଧିକାରୀମାନଙ୍କୁ ଏହି ନୂତନ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ କରାଯିବ ବୋଲି କରିବାକୁ ସେ ଉଲ୍ଲେଖ କରିଛନ୍ତି । ନୂତନ ଏକକ କାର୍ଡ ପାଇବା ପର୍ଯ୍ୟନ୍ତ ନିଜ ଆଧାର କାର୍ଡ ନମ୍ବର କିମ୍ବା ପୁରାତନ କାର୍ଡ କିମ୍ବା ରାସନ କାର୍ଡ ନମ୍ବର ଜରିଆରେ ଦେୟ ମୁକ୍ତ ଚିକିତ୍ସା ସେବା ପାଇ ପାରିବେ । ପୂର୍ବରୁ କେବଳ ୧୬ଟି ରାଜ୍ୟରେ ୯୦୦ଟି ତାଲିକାଭୁକ୍ତ ହସ୍ପିଟାଲରେ ସ୍ୱାସ୍ଥ୍ୟ ସେବା ଦେୟମୁକ୍ତ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେଉଥିଲା କିନ୍ତୁ ଏବେ ଦେଶର ୨୯,୦୦୦ ପଞ୍ଜିକୃତ ଅଗ୍ରଣୀ ଘରୋଇ ଏବଂ ସରକାରୀ ଚିକିତ୍ସାଳୟରେ ଦେୟମୁକ୍ତ ଚିକିତ୍ସା ସେବା ଉପଲବ୍ଧ ହେବ । ବୟୋ ବନ୍ଦନା ଯୋଜନା ଅନ୍ତର୍ଭୁକ୍ତ ବରିଷ୍ଠ ନାଗରିକମାନଙ୍କୁ ମଧ୍ୟ ୨୯,୦୦୦ ହସ୍ପିଟାଲରେ ପରିବାର ପିଛା ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ପାଇପାରିବେ । ଆସନ୍ତା ୨/୩ ମାସ ଯାଏଁ କାର୍ଡ ବଣ୍ଟନ କାର୍ଯ୍ୟ ଚାଲିବ କୌଣସି ପରିବାରର ସଦସ୍ୟ ଅନ୍ୟ ସଦସ୍ୟଙ୍କ କାର୍ଡ ଉପଯୁକ୍ତ ଡକ୍ୟୁମେଣ୍ଟ ଦାଖଲ କରି ନେଇପାରିବେ । ତା’ସହ କାର୍ଡରେ ଯଦି କିଛି ଅନିଚ୍ଛାକୃତ ତ୍ରୁଟି ଥାଏ ତାହେଲେ ସମ୍ପୃକ୍ତ ହିତାଧିକାରୀଙ୍କୁ ଅଳ୍ପ ଦିନ ମଧ୍ୟରେ ନିର୍ଭୁଲ କାର୍ଡ ପ୍ରଦାନ କରାଯିବାର ସମସ୍ତ ବ୍ୟବସ୍ଥା କରାଯାଇଛି । ତେଣୁ ଜନସାଧାରଣ ବ୍ୟସ୍ତ ବିବ୍ରତ ହେବାର କୌଣସି କାରଣ ନାହିଁ ବୋଲି ପ୍ରକାଶ କରିଛନ୍ତି । ହିତାଧିକାରୀମାନଙ୍କ ପାଇଁ ଇ-କେ.ୱାଇ.ସି ସହ କାର୍ଡ଼ ପ୍ରସ୍ତୁତି ଓ ବଣ୍ଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ ରହିବ । ସେଥିପାଇଁ ଜିଲ୍ଲାରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ଠାରୁ ଏକ ସପ୍ତାହ ବ୍ୟାପୀ ଗାଁକୁ ଗାଁ “ସ୍ୱାସ୍ଥ୍ୟ ଚେତନା ରଥ” ପରିଭ୍ରମଣ କରିବ । ଏହି ଅବସରରେ ମନ୍ତ୍ରୀ ଓ ନିମନ୍ତ୍ରିତ ଅତିଥିମାନେ ଏକ ସଚେତନତା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ରଥକୁ ପତାକା ଦେଖାଇ ଉଦଘାଟନ କରିଥିଲେ । ମାନ୍ୟବର ମନ୍ତ୍ରୀ ବାରିପଦା ଦେବେନ୍ଦ୍ରପୁର ପ୍ରାଥମିକ ଚିକିତ୍ସା କେନ୍ଦ୍ର ସହିତ ମୋରଡା ଓ ଶୁଳିଆପଦାର ବିଭିନ୍ନ ପି ଏଚ ସି ରେ ଉକ୍ତ ର୍କ୍ୟାକ୍ରମକୁ ଉଦଘାଟନ କରିଥିଲେ । ଆଜି ଜିଲ୍ଲାର ସମସ୍ତ ବ୍ଲକ ରେ ଥିବା ମୋଟ ୮୬ ଟି ପି ଏଚ ସି ଏବଂ ଅର୍ବାନରେ ଥିବା ୨ଟି ପି ଏଚ ସି ରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ମୋଟ ୨୧୮୪ ସେମ୍ପଲ କାର୍ଡ ବଣ୍ଟନ ହୋଇଛି । ଅନୁଷ୍ଠିତ ବୈଠକରେ ଜନପ୍ରତିନିଧି, ବିଭିନ୍ନ ପଦାଧିକାରୀ, ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ହିତାଧିକାରୀ, ସ୍ୱଚ୍ଛ ସାଥି ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.