ନଅଗାଁ(ଖ)ରେ ମାଗଣା ଆୟୁର୍ବେଦିକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ(ଖ) ଠାରେ ପଲ୍ଲୀ ଆଲୋକ ପାଠାଗାର ଓ ସଂଜୀବନୀ ସେବା ସଂଗଠନର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଆୟୁର୍ବେଦିକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଲୋଇସିଂହା ହସ୍ପିଟାଲର ଆୟୁଷ ଡାକ୍ତର ଡ. ସଞ୍ଜୀବ କୁମାର ବିଶ୍ଵାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଶିବିରରେ ପ୍ରାୟ ୫ଶହରୁ ଅଧିକ ବ୍ୟକ୍ତି ଯୋଗଦେଇଥିଲେ । ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ସ୍ୱା ସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗଦେଇ ଗ୍ରାମାଞ୍ଚଳରେ ସାଧାରଣ ଲୋକଙ୍କୁ ଏହି ସେବା ଯୋଗାଇ ଦେବା କ୍ଷେତ୍ରରେ ଉଦ୍ୟୋକ୍ତାଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ଆୟୁର୍ବେଦିକ ହସ୍ପିଟାଲର ଅଧ୍ୟକ୍ଷ ଡ. ମନୋଜ ସାହୁ, ସଂଜୀବନୀ ସେବା ସଂଗଠନର ଉପଦେଷ୍ଟା ସୁନିଲ କୁମାର ବେହେରା, ଲୋଇସିଂହା ଡାକ୍ତରଖାନାର ଅଧିକ୍ଷକ ଡ ଶେଖରଲାଲ ପଧାନ, ଆୟୁଷ ଡାକ୍ତର ତଥା ଶିବିରର ମୁଖ୍ୟ ଉଦ୍ୟୋକ୍ତା ଡ. ସଞ୍ଜୀବ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ପଲ୍ଲୀ ଆଲୋକ ପାଠାଗାରର ସମ୍ପାଦକ ପ୍ରଶାନ୍ତ ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ସ୍ଥାନୀୟ ଶିବିରରେ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିବା ଡ଼ାକ୍ତରମାନଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ସମ୍ୱର୍ଦ୍ଧିତ କରିଥିଲେ । ହିରାଲାଲ ମିଶ୍ର, ପ୍ରହଲ୍ଲାଦ ପଧାନ, ଗୋବିନ୍ଦ ବିଶି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.