ଭୀମ ଭୋଇ ମେଡିକାଲ କଲେଜ ପରିସରରେ “ସୁଭଦ୍ରା ଯୋଜନା” ର ଦ୍ଵିତୀୟ କିସ୍ତିର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଅଡିଟରିୟମ ହଲ, ଭୀମ ଭୋଇ ମେଡିକାଲ କଲେଜ ପରିସରରେ “ସୁଭଦ୍ରା ଯୋଜନା” ର ଦ୍ଵିତୀୟ କିସ୍ତି ହିତାଧିକାରୀ ମାନଙ୍କୁ ପ୍ରଦାନ କରିବା ନେଇ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଗୌରବ ଶିବାଜୀ ଇଶାଳୱର, ସମ୍ମାନନୀୟ ଅତିଥି ଡାଃ. ବିଜୟାନନ୍ଦ ସେଠୀ ଅତିରିକ୍ତ ଜିଲ୍ଲାପାଳ, ଉଊଗଙ ଡାଃ. ରମେଶ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାପାତ୍ର ସମ୍ମାନନୀୟ ଅତିଥି ଭାବରେ ଯୋଗ ଦେଇଥିଲେ । ​ମହିଲାମାନଙ୍କ ସ୍ତର ଆର୍ଥିକ ପ୍ରଗତି ଆସି ସଶକ୍ତିକରଣ ପାଇଁ ସୁଭଦ୍ରା ଯୋଜନା ଏକ ମାଇଲ ଖୁଣ୍ଟ । ଏହି ପରିପେଖିରେ ଚଳିତ ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତିକ ବିଶ୍ଵ ମହିଳା ଦିବସ ଉପଲକ୍ଷେ ରାଜ୍ୟ ସରକାର ଏକ କୋଟି ରୁ ଉର୍ଦ୍ଧ ମହିଳାଙ୍କୁ ସୁଭଦ୍ରା ଯୋଜନା ଅନ୍ତର୍ଗତ ଦ୍ଵିତୀୟ କିସ୍ତି ପ୍ରଦାନ କରିଥିଲେ । ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ସମ୍ମାନନୀୟ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସମ୍ମାନନୀୟ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରାଭାତି ପରିଡା ତଥା ଅନ୍ୟାନ୍ୟ ମନ୍ତ୍ରୀଙ୍କ ଉପସ୍ଥିତି ରେ ଗଞ୍ଜାମରେ ଏହି କାର୍ଯ୍ୟକ୍ରମ ହୋଇଥିଲା ଓ ଏହାର ସିଧାପ୍ରସାରଣ ବଲାଙ୍ଗିର ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ସୁପରଭାଇଜାର, ଆଗନୱାଡି କର୍ମୀ, ଆଗନୱାଡି ସହାୟିକା ଯୋଗ କରିଥିଲେ । କାର୍ଯ୍ୟକ୍ରମରେ ସୁଭଦ୍ରା ହିତାଧିକାରୀ, ଝଐଏ ମା, କିଶୋରୀ ବାଳିକା ମଧ୍ୟ ଯୋଗଦାନ କରିଥିଲେ ତଥା ସୁଭଦ୍ରା ଯୋଜନା ନାରୀ ମାନଙ୍କ ପାଇଁ ପ୍ରଗତି ପଥ ଦେଖାଉଛି ବୋଲି ମତ ଦେଇଥିଲେ । ​ପରେ ପରେ ଜିଲା ପ୍ରଶାସନ ତରଫରୁ ଆନ୍ତର୍ଜାତିକ ବିଶ୍ଵ ମହିଳା ଦିବସ ପାଳନ କରଯାଇଥିଲା । ସମ୍ମାନନୀୟ ଅତିଥି ଡାଃ. ବିଜୟାନନ୍ଦ ସେଠୀ ମହିଳା ମାନଙ୍କୁ ଶିକ୍ଷା ଏବଂ ସଚେତନତା ଦ୍ଵାରା ଶଶକ୍ତ ହେବାପାଇଁ ପରାମର୍ଶ ଦେଇଥିଲେ । ଉଊଗଙ ଡାଃ. ରମେଶ ଚନ୍ଦ୍ର ସାହୁ ମହିଳା ମାନଙ୍କର ସ୍ୱାସ୍ଥ୍ୟ ରକ୍ଷା ପାଇଁ ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତ ସମ୍ପର୍କରେ ଆଲୋକପାତ କରିଥିଲେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାପାତ୍ର ସୁଭଦ୍ରା ଯୋଜନାରେ ଆମ କାର୍ଯ୍ୟକାରିତ ବାବଦରେ ଅବଗତ କରିବା ସଙ୍ଗେ ସଙ୍ଗେ ମହିଳା ମାନଙ୍କୁ ପ୍ରତିଟି କ୍ଷେତ୍ରରେ ସଶକ୍ତ ହେବାପାଇଁ ପରାମର୍ଶ ଦେଇଥିଲେ । ପରେ ପରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣି ଆଗଲପୁର, ଟିଟିଲାଗଡ, ପାଟଣାଗଡ, ବେଲପଡା, ଦେଓଗାଁ, ମହିଳା ସଶକ୍ତି କରଣ ପାଇଁ ନିଜ ନିଜର ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ବିଭିନ୍ନ ପ୍ରତିଯୋଗୀତାରେ ଉତ୍ତିର୍ଣ ହୋଇଥିବା ଆଗନୱାଡି କର୍ମୀ, ଆଶା, ଇଘଗ, ସ୍କୁଲ ଛାତ୍ରୀ ମାନଙ୍କୁ ପୁରସ୍କୃତ କରଯାଇଥିଲା । ସ୍ଵକ୍ଷେତ୍ର ସର୍ବୋତ୍ତମ ପ୍ରତିପାଦିତ କରିଥିବାରୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣି ଆଗଲପୁର, ଟିଟିଲାଗଡ, ଦେଓଗାଁ ଙ୍କୁ ପୁରସ୍କୃତ କରଯାଇଥିଲା । ସ୍ଵକ୍ଷେତ୍ର ସର୍ବୋତ୍ତମ ପ୍ରଦର୍ଶନ ପାଇଁ ଖବୟଚ୍ଚ ଝଙ୍କକ୍ଟ୍ରରକ୍ସଙ୍ଖସଗ୍ଦକ୍ଟକ୍ସ ଆଗନୱାଡି କର୍ମୀଙ୍କୁ ମଧ୍ୟ ପୁରସ୍କୃତ କରଯାଇଥିଲା । କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ପ୍ରୋଗ୍ରାମ ଅଫିସର ସୁଜାତା ଡୋରା ଏବଂ ଡ଼ି.ପି.ସି ଶିବାନୀ ଠାକୁର । ମଞ୍ଚ ପରିଚାଳନା ଏବଂ ଧନ୍ୟବାଦ ଜ୍ଞାପନ କରିଥିଲେ ଐସ୍ଵଜ୍ୟା ଦାସ ।

Leave A Reply

Your email address will not be published.