ନକଲି ହଳଦୀ ଓ ଲଙ୍କା ଗୁଣ୍ଡ କାରଖାନା ଠାବ କଲା ପୋଲିସ

ବ୍ରହ୍ମପୁର : ବ୍ରହ୍ମପୁର ବଡ଼ବଜାର ଅଞ୍ଚଳରୁ ନକଲି ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ତିଆରି କରୁଥିବା କାରଖାନା ଧରିଛି ପୋଲିସ । ଏନେଇ ପୋଲିସ ଜଣଙ୍କୁ ଅଟକ ରଖିଥିବା ବେଳେ ଘଟଣାସ୍ଥଳରୁ ଅନେକ ନକଲି ସାମଗ୍ରୀ ମଧ୍ୟ ଜବତ କରିଛି । ସୂଚନା ଅନୁସାରେ, ବ୍ରହ୍ମପୁର ବଡ଼ବଜାର ଅଞ୍ଚଳରେ ନକଲି ହଳଦୀ ଗୁଣ୍ଡ ଏବଂ ଲଙ୍କା ଗୁଣ୍ଡ କାରବାର ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ପୋଲିସ । ଏହାପରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ବଡ଼ବଜାର ଥାନା ପାଣ୍ଡବନଗର ଅଞ୍ଚଳରେ ଅତର୍କିତ ଭାବେ ଚଢାଉ କରାଯାଇଥିଲା । ଏହି ଚଢାଉରେ ପୋଲିସ ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ କରିଥିବା କହିଛି । ଅନ୍ୟପଟେ ଦୀର୍ଘଦିନ ହେବ ଏହି ସ୍ଥାନରେ ନକଲି କାରଖାନା ଚାଲୁଥିବା ନେଇ ଗୋସାଣିନୂଆଗାଁ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.