ବେଦାନ୍ତ ଗେଟ ସାମ୍ନାରେ ଶବ ରଖି ଧାରଣା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା ମୁଖ୍ୟ ଫାଟକ ସମ୍ମୁଖରେ ଆଜି ସକାଳୁ ଜଣେ ଶ୍ରମିକଙ୍କ ମୃତଦେହ ରଖି କ୍ଷତିପୂରଣ ଦାବୀରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ସୂଚନାମୁତାବକ ବେଦାନ୍ତ କମ୍ପାନୀର ସହଯୋଗୀ କମ୍ପାନୀରେ ନର୍ଲା ଥାନା ଅଞ୍ଚଳର ଚୂଡ଼ାମଣି ସାହୁ ନାମକ ଜଣେ ଶ୍ରମିକ କାର୍ଯ୍ୟ କରୁଥିଲେ । ଶୁକ୍ରବାର ସନ୍ଧ୍ୟାରେ ବିଷମକଟକର ଏକ ଘରୋଇ ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ଘଟିଥିଲା । ତେଣୁ ପରିବାର ଲୋକେ ମୃତଦେହ ରଖି ଆଜି ସକାଳୁ ବେଦାନ୍ତ ମୁଖ୍ୟ ଫାଟକ ସମ୍ମୁଖରରେ ଧାରଣା ଦେଇଛନ୍ତି । ଯାହା ଫଳରେ କମ୍ପାନୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।

Leave A Reply

Your email address will not be published.