ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିଃ ମୁରିବାହାଲ ବ୍ଲକ ଶାଖା ପକ୍ଷରୁ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଫରେଷ୍ଟ ବିଭାଗ ଡାକବଙ୍ଗଳାଠାରେ ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିଃ ମୁରିବାହାଲ ବ୍ଲକ ଶାଖା ପକ୍ଷରୁ ସିଇଓ ହିମାଂଶୁ ଭରାସଗରିଆଙ୍କ ନେତୃତ୍ୱରେ ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କର୍ମକର୍ତ୍ତାମାନେ ଏହା ପୂର୍ବରୁ ମୁରିବାହାଲ ବିଡିଓ ପୂର୍ଣ୍ଣାନନ୍ଦ ପଟେଲଙ୍କୁ ବ୍ଲକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ସମ୍ପର୍କରେ ଚିଠି ମାଧ୍ୟମରେ ଅବଗତ କରିଥିଲେ । ଆଗାମୀ ଦିନରେ ବ୍ଲକ ଅଞ୍ଚଳରେ ଦାରିଦ୍ର୍ୟ ଦୂରୀକରଣ ବିଷୟକୁ ନେଇ ଆହୁରି କାର୍ଯ୍ୟକ୍ରମମାନ ହାତକୁ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହି ବୈଠକରେ ବିଏମ୍‌ ବୈକୁଣ୍ଠ ଭରାସଗରିଆ, ଏବିଏମ୍‌ ଫାଲଗୁନି ହାତୀ, ସୂର୍ଯ୍ୟରାଜ ମହାନନ୍ଦ, ଗଜରାଜ ସେଲମା, ନୀଳମଣି ସାହୁ, ପିଇଓ ଆରତୀ ନାଗ, ପ୍ରମୋଦିନୀ ସାହୁ, ଦୈତାରି ଦୀପ, ଦନାର ପୁଟେଲ, ମହେନ୍ଦ୍ର ବେନିଆ, ଏଫ୍‌ଇଓ ବାସୁମତି ନାଗ, ସୋମବାରୀ ଗହୀର, ବବିତା ବିଭାର, ତପସ୍ଵିନୀ ତାଣ୍ଡି, ମନ୍ଥ ମାଝୀ ଓ ମୀନା ପୁଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.