oom

ସଚେତନ ନାଗରିକ ମଞ୍ଚର ଦିଲ୍ଲୀପଙ୍କ ପାଇଁ ମାରାଥନ୍‌ ପ୍ରଚାର

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ନିର୍ବାଚନ ପାଇଁ ବିଜେପିର ରାଉରକେଲା ବିଧାନସଭା ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ପାଇଁ ତାଙ୍କ ସମର୍ଥକ ମାନେ ନିର୍ବାଚନ ପ୍ରଚାରକୁ ଜୋର୍‌ଦାର୍‌ କରିଛନ୍ତି । ଏହି ପ୍ରଚାର କାର୍ଯ୍ୟକ୍ରମରେ ସଚେତନ ନାଗରିକ ମଞ୍ଚ ତରଫରୁ ଗତକାଲି ଏସ୍‌ଟିଆଇ, ଏଫସିଆଇ, ଦେଓଗାଁ, ବାଲୁଘାଟ, ରୂପଟୋଲା, ତପସ୍ୱିନୀ ମାର୍କେଟ୍‌ ଆଦି ଅଂଚଳରେ ଓ ଆଜି ପାନପୋଷ ଛକରୁ ଉଦିତନଗର, ମେନ୍‌ରୋଡ୍‌ ଓ କୋଏଲ୍‌ ନଗର ଅଞ୍ଚଳରେ ବ୍ୟାପକ ପ୍ରଚାର କରାଯାଇଛି । ପ୍ରଚାର ବେଳେ ଦିଲ୍ଲୀପଙ୍କ କାର୍ଯ୍ୟାକାଳ ମଧ୍ୟରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ଆଗାମୀ ନିର୍ବାଚନରେ ବିଜୟୀ ହେଲେ ରାଉରକେଲା ପାଇଁ ୨୩ ଦଫା କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଚାର କରାଯାଇଥିଲା । ଏହି ୨୩ ଦଫା କାର୍ଯ୍ୟକ୍ରମ ମଧ୍ୟରେ ସରକାରୀ ଭେଷଜ ମହାବିଦ୍ୟାଳୟ ପ୍ରତିଷ୍ଠା, ଇଏସ୍‌ଆଇ ଡାକ୍ତରଖାନା ପ୍ରତିଷ୍ଠା, ରେଳ ଡିଭିଜନ, ସରକାରୀ ବିଶ୍ୱବିଦ୍ୟାଳୟ, ଦକ୍ଷତା ବିକାଶ କେନ୍ଦ୍ର, ଭୁବନେଶ୍ୱରକୁ ଦ୍ୱିତୀୟ ଇଣ୍ଟରସିଟି ଚଳାଚଳ, କୃଷକଙ୍କ ପାଇଁ ଶୀତଳଭଣ୍ଡାର, ବିପିୟୁଟିକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ, ବସ୍ତି ବାସିନ୍ଦାଙ୍କୁ ମୌଳିକ ସୁବିଧା, ବିମାନ ବନ୍ଦରକୁ ସବୁଦିନିଆ କାର୍ଯ୍ୟକ୍ଷମ ପାଇଁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆକୁ ମାଲିକାନା ପ୍ରମୁଖ ରହିଛି । ପ୍ରଚାର କାର୍ଯ୍ୟକ୍ରମରେ ପି ପି ରାୟ, ପ୍ରାକ୍ତନ ବିଜେପି ବିଧାୟକ ପ୍ରାର୍ଥୀ ରମେଶ ଅଗ୍ରୱାଲ, ଜଗବନ୍ଧୁ ଜେନା, ଶଶଧର ପାତ୍ର, ଜଗନ୍ନାଥ ରାଉତ, ସୁମନ୍ତ ବର୍ମା, ଭୀମ ସାହୁ, ପପୁ ଶତପଥୀ ପ୍ରମୁଖ ପ୍ରଚାର କରିଥିଲେ ।

jittmm
Leave A Reply

Your email address will not be published.