ଦିଲ୍ଲୀପ ରାୟ ଆନ୍ଥେମ’ ସଙ୍ଗୀତଭିତ୍ତିକ ଭିଡିଓ ଉନ୍ମୋଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଅପରାହ୍ନରେ ସ୍ଥାନୀୟ ମେ’ ଫେୟାର ହକି ଭିଲେଜ ଠାରେ ସଙ୍ଗୀତଭିତ୍ତିକ ଦିଲ୍ଲୀପ ରାୟ ଆନ୍ଥେମ’ ଉନ୍ମୋଚିତ ହୋଇଯାଇଛି । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ ହକି ଭିଲେଜ୍‌ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଦିଲ୍ଲୀପ ରାୟ ଉପସ୍ଥିତ ଥିଲେ । ଶ୍ରୀ ରାୟ ସହରର ବିଭିନ୍ନ ସ୍ଥାନରେ ତାଙ୍କର ନିର୍ବାଚନୀ କାର୍ଯ୍ୟକ୍ରମ ଜାରି ରଖିଥିବା ବେଳେ ରେଲୱେ କଲୋନୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମ ଅବସରରେ ସେଲେକ୍ସଷ୍ଟାର୍‌ ନାମକ ଜଣେ ଭିନ୍ନକ୍ଷମ ସମର୍ଥକ ଏଭଳି ସଙ୍ଗୀତ ଗାନ କରୁଥିବା ତାଙ୍କ ନଜରକୁ ଆସିଥିଲା । ଏ ସମ୍ପର୍କରେ ଶ୍ରୀ ରାୟ କଲ୍ଲୋଳ ଠାକୁରଙ୍କୁ କହିଥିଲେ କି ଏଭଳି ଏକ ଆନ୍ଥେମ ପ୍ରସ୍ତୁତ କର ଯାହା ସେଲେକ୍ସଷ୍ଟାରଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ପ୍ରୋତ୍ସାହିତ କରିପାରିବ । ଶ୍ରୀ ଠାକୁର ଓ ତାଙ୍କ ଦଳ ଯଥା ଅମୀତ କୌଶଳ, ଅରୁଣ ମେହେଟ୍ଟା ଏବଂ ତାଙ୍କ ସହଯୋଗୀ ଅକ୍ଳାନ୍ତ ପରିଶ୍ରମ କରି ଏଭଳି ଏକ ଆନ୍ଥେମ ପ୍ରସ୍ତୁତ କରିଥିଲେ । ଏହାକୁ ଦେଖିବା ପରେ ଶ୍ରୀ ରାୟ ଆଜି ଏହାର ସାର୍ବଜନୀନ କରିଛନ୍ତି । ରାଉରକେଲା ଏକ କଳା, ସଂସ୍କୃତିର ସହର । ଏଠାରେ ଭିନ୍ନ ଭିନ୍ନ ସ୍ଥାନର ଲୋକ ବସବାସ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଭାଷାର ସମ୍ମିଶ୍ରଣରେ ଏହି ଭିଡିଓ ପ୍ରସ୍ତୁତ କରାଯାଇଛି । ଏହି ସଙ୍ଗୀତଭିତ୍ତିକ ଭିଡିଓକୁ ଆପଣମାନେ ଦେଶ ବିଦେଶର ପ୍ରତିଷ୍ଠିତ ସଙ୍ଗୀତ ଚ୍ୟାନେଲ୍‌ ୟୁ-ଟୁବ ମ୍ୟୁଜିକ, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ୱିଙ୍କ ମ୍ୟୁଜିକ, ଜିଓ ସାବନ୍‌, ସ୍ପୋର୍ଟିଫାଇ ସହ ଅନ୍ୟ ସମସ୍ତ ଚ୍ୟାନେଲ୍‌ରେ ଦିଲ୍ଲୀପ ରାୟ ଆନ୍ଥେମ ନାମରେ ଦେଖିପାରିବେ । ଏହାଦ୍ୱାରା ଲୁକ୍କାୟିତ ପ୍ରତିଭାଧାରୀ ପ୍ରୋତ୍ସାହିତ ହେବା ସହ ସେମାନଙ୍କ ମଧ୍ୟରେ ଥିବା ପ୍ରତିଭା ଲୋକ ଲୋଚନକୁ ଆସିପାରିବ ଏବଂ ସେମାନଙ୍କ ଉତ୍ସାହ ତଥା ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଫଳରେ ସେମାନେ ଆଗକୁ ବଢିପାରିବେ ବୋଲି ଶ୍ରୀ ରାୟ କହିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଏହି ଆନ୍ଥେମକୁ ସମର୍ଥକମାନେ ନିଜ ନିଜର କଲର ଟ୍ୟୁନ୍‌ ଓ ହାଲୋ ଟ୍ୟୁନ୍‌ ରଖିପାରିବେ ।

Leave A Reply

Your email address will not be published.