jayashree

ବଲାଙ୍ଗିର ବିଜେପି ପକ୍ଷରୁ ବୁଦ୍ଧିଜୀବୀ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପାର୍କଲ୍ୟାଣ୍ଡ ହୋଟେଲ ଠାରେ ବଲାଙ୍ଗିର ବିଜେପି ପକ୍ଷରୁ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଜେପି ନେତା ପିତାମ୍ବର ଖମାରିଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ବଲାଙ୍ଗିର ବିଜେପି ବିଧାନସଭା ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ, ବଲାଙ୍ଗିର ବିଜେପି ଲୋକସଭା କ୍ଷେତ୍ର ସଂଯୋଜକ ଦୀନେଶ ଶର୍ମା, ବିଜେପି ମହିଳା ମୋର୍ଚ୍ଚାର ସଭାପତି ପଙ୍କଜିନୀ ପଣ୍ଡା, ଏଡ୍‌ଭୋକେଟ୍ ସରୋଜ ପାଣିଗ୍ରାହୀ, ବିଜେପି ନେତ୍ରୀ ତଥା ରାଜ୍ୟ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ, ଟିଭି ସିରିଏଲର ଅଭିନେତା ଶୈଳେଶ ଲୋଢା, ଲକ୍ଷରାଜ ସିଂ ମେୱାର ନିବୃତ୍ତି ସିଂହଦେଓ ପ୍ରମୁଖ ମଞ୍ଚାସୀନ ରହି ଜନମତକୁ ସୁଦୃଢ଼ କରିବା ଦିଗରେ ଶିକ୍ଷିତ ସାମାଜ ଓ ବୁଦ୍ଧିଜୀବୀ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ । ଦୁର୍ନୀତିଗ୍ରସ୍ତ ବିଜେଡି ସରକାରରେ ଗଣତନ୍ତ୍ର ବୋଲି କିଛି ନାହିଁ । ତେଣୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ନିବେଦନ କରିଥିଲେ । ତେଣୁ ଦୁଇଟି ଭୋଟ ଦେଶ ପାଇଁ ଦେବାକୁ ଅନୁରୋଧ କରିଥିଲେ । ଏହି ସମ୍ମିଳନୀରେ ସହରର ବହୁ ବୁଦ୍ଧିଜୀବୀ, ସଚେତନ ନାଗରିକ, ବିଜେପି କର୍ମକର୍ତ୍ତା ଓ ସାମ୍ବାଦିକ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.