oom

ସେଞ୍ଚୁରିଅନ୍‌ ବିଦ୍ୟାଳୟ ପରିସରରେ ଆନ୍ତଃ ବିଦ୍ୟାଳୟ ଗ୍ରୀଷ୍ମ କାଳୀନ ଶିବିର ୨୦୨୪-୨୫ ସମାପିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିକ୍ଷାର ମୂଳ ଲକ୍ଷ୍ୟ ହେଲା ବ୍ୟକ୍ତିର ସର୍ବାଙ୍ଗୀନ ବିକାଶ କରିବା । ପାଠ୍ୟ ପୁସ୍ତକଗତ ଶିକ୍ଷା ବ୍ୟତୀତ ଅନ୍ୟାନ୍ୟ ବିଷୟରେ ମଧ୍ୟ ଛାତ୍ରଛାତ୍ରୀଙ୍କର ଦକ୍ଷତା ବୃଦ୍ଧି ହେବ ଉଚିତ୍‌ । ଏଇ ଆଭିମୁଖ୍ୟ ନେଇ ସେଞ୍ଚୁରିଅନ୍‌ ବିଦ୍ୟାଳୟ (ଜେଆଇଟିଏମ୍‌)ର କର୍ତ୍ତୃପକ୍ଷ ଗ୍ରୀଷ୍ମ ଶିବିରର ପରିକଳ୍ପନା କରିଥିଲେ । ଯାହା ଗତ ମେ ୧ ତାରିଖ ଦିନ ସେଞ୍ଚୁରିଅନ୍‌ ବିଦ୍ୟାଳୟ, ବ୍ଲସମ୍‌ କନ୍‌ସେପ୍ଟ ସ୍କୁଲ, ଦିଲ୍ଲୀ ପବ୍ଲିକ ସ୍କୁଲ ଓ ହେଲୋ କିଡ଼୍‌ସ୍‌ର ମିଳିତ ଆନୁକୂଲ୍ୟରେ ସେଞ୍ଚୁରିଅନ୍‌ ବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଥିଲା । ଏହା ୯ ଦିନ ଧରି ଚାଲିବ । ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ଡ଼. ପ୍ରଦୀପ ଷଡ଼ଙ୍ଗୀଙ୍କ ଦ୍ୱାରା କାର୍ଯ୍ୟକ୍ରମଟି ଉଦ୍‌ଘାଟିତ ହୋଇଥିଲା । ତାଙ୍କରି ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ଆରମ୍ଭ ହୋଇଥିଲା । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ସହରର ଖ୍ୟାତାନାମା ଶିଶୁ ରୋଗ ବିଶେଷଜ୍ଞ ଡ଼. ସରୋଜ କୁମାର ତିଆଡ଼ି ଓ ତାଙ୍କ ଧର୍ମପତ୍ନୀ ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼. ପୁଷ୍ପା ମିଶ୍ର ଯୋଗଦାନ କରି ଶିଶୁ ମାନଙ୍କର ମାର୍ଗଦର୍ଶନ କରିବା ସହିତ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରିଥିଲେ । ଶିବିରର ଉଦ୍ଦେଶ୍ୟ ଥିଲା ପିଲାମାନଙ୍କୁ ମନୋରଞ୍ଜନ ସହିତ ବିଭିନ୍ନ ପ୍ରକାରର କଳା ଓ କୌଶଳର ଶିକ୍ଷା ଦେବା । ଏଇ କ୍ରମରେ ପିଲାମାନଙ୍କୁ ଯୋଗାଭ୍ୟାସ, ନୃତ୍ୟ, ବିଭିନ୍ନ ହସ୍ତକଳା ଯେପରିହେଙ୍କି ପେଣ୍ଟଙ୍ଗ, ଲାଙ୍ଗୁଏଜ୍‌ ଲାବ୍‌, ରୋବୋଟିକ୍ସ, ପଟ୍‌ ପେଣ୍ଟିଙ୍ଗ ସାଇନ୍ସ ମ୍ୟାଜିକ୍‌, ନନ୍‌ ଫ୍ଲେମ୍‌ କୁକିଙ୍ଗ, ବେଦିକ୍‌ ମେଥ୍‌, ଟେଡ଼ି ମେକିଙ୍ଗ, ଡ୍ରେସ୍‌ ଅପ୍‌ ଡେ଼, ପଟ୍‌ ପେଣ୍ଟିଙ୍ଗ, ହେଲ୍‌ଥ୍‌ ଚେକ୍‌ ଅପ୍‌ ପରି ସୃଜନାତ୍ମକ କଳା ଓ କୌଶଳର ତାଲିମ ପ୍ରଦାନ କରାଯିବ । ଶିବିରରେ ୧୦୦ରୁ ଅଧିକ ଛାତ୍ର, ଛାତ୍ରୀ ଯୋଗଦାନ କରିଥିଲେ । ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ, ଉପାଧ୍ୟକ୍ଷା ଡ଼. ପୁଣ୍ୟତୋୟା ବିଶ୍ୱାଳ, ବ୍ଲସମ୍‌ କନ୍‌ସେପ୍ଟ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ସୁନନ୍ଦିନୀ ଗୁରୁ, ଦିଲ୍ଲୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ସଞ୍ଜନା ବାଲି, ହେଲୋ କିଡ଼୍‌ସ୍‌ର ଅଧ୍ୟକ୍ଷା ଶ୍ରୀମତୀ ସୁଷମା ମୁଣ୍ଡ ଉପସ୍ଥିତ ରହି କାର୍ଯ୍ୟକ୍ରମଟିର ସଫଳ ପରିଚାଳନାରେ ସହଯୋଗ କରିଥିଲେ । ବିଦ୍ୟାଳୟର ଏପରି ଅଭିନବ ପ୍ରୟାସ ଯାହା ପାଠପଢା ସହିତ କଳା ଓ କୌଶଳର ଶିକ୍ଷା (ମନୋରଞ୍ଜନ) ସହିତ ଅଭିଭାବକ ଓ ଅଭିଭାବିକାଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି ଏବଂ ଏଥି ପାଇଁ ଅନୁଷ୍ଠାନକୁ ପ୍ରଶଂସାର ସୁଅ ଛୁଟିଛି ।

jittmm
Leave A Reply

Your email address will not be published.