jsm

ଶ୍ରୀ ଶ୍ରୀ ନୃସିଂହନାଥ ଭୋଗ ମଣ୍ଡପରେ ବୈଶାଖ ମେଳା ପାଇଁ ପ୍ରସ୍ତୁତି ବୈଠକ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ବରଗଡ଼ ଜିଲ୍ଲାର ନୃସିଂହନାଥ ମନ୍ଦିର ଭୋଗମଣ୍ଡପରେ ଶୁକ୍ରବାର ଆଗାମୀ ବୈଶାଖ ମେଳା ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଟ୍ରଷ୍ଟି ପ୍ରଫୁଲ୍ଲ କୁମାର ଓଡୁ ସଭାପତିତ୍ୱ କରି ଥିବା ବେଳେ ମନ୍ଦିରର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଉପସ୍ଥିତ ଥିବା ସମସ୍ତ ଅତିଥିମାନଙ୍କୁ ସ୍ୱାଗତ କରି ମହାପ୍ରଭୁ ନୃସିଂହ ଠାକୁରଙ୍କ ଜନ୍ମ ମହୋତ୍ସବ ବା ବୈଶାଖ ମେଳାକିପରି ସୁରୁଖୁରୁରେ ପାଳନ କରାଯିବ ସେ ନେଇ ଆଲୋଚନା କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ବୈଠକ ଅଞ୍ଚଳରେ ସମାଜସେବୀ, ସାମ୍ବାଦିକ, ପୋଲିସ, ବିଦ୍ୟୁତ, ଅବକାରୀ, ଦମକଳ, ସ୍ୱାସ୍ଥ୍ୟ, ପରିମଳ, ସାଂସ୍କୃତିକ, ଜଙ୍ଗଲ ଓ ପରିବେଶ ପ୍ରଭୃତି ସରକାରୀ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ମହାପ୍ରଭୁ ନୃସିଂହ ଠାକୁରଙ୍କ ଜନ୍ମ ମହୋତ୍ସବ ତଥା ବୈଶାଖ ମେଳା ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ । ଆସନ୍ତା ମେ ୧୯ ତାରିଖରୁ ମେ ୨୩ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ଯାକ ସମସ୍ତେ ମିଳିମିଶି ବୈଶାଖ ମେଳାରେ ସାହାଯ୍ୟ କରିବା ବୋଲି ମତ ପାଇଥିଲା । ଏହି ମେଳାରେ ଲକ୍ଷାଧିକ ଭକ୍ତଙ୍କ ଭିଡ ହେବାକୁ ଥିବାରୁ ମୁଖ୍ୟତଃ ବିଦ୍ୟୁତ ସରବରାହ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଓ ଶାନ୍ତି ଶୃଙ୍ଖଳା ପ୍ରତି ବିଶେଷ ଦୃଷ୍ଟି ଦେବା ପାଇ ସଭାପତି ଶ୍ରୀ ଓଡୁ କହିବା ସହ ସନସ୍ତଙ୍କୁ ଧନ୍ୟବାଦ୍‌ ଦେଇ ଥିଲେ । ଶେଷରେ ସମସ୍ତଙ୍କୁ ଅନ୍ନଭୋଗ ପ୍ରସାଦ ବଣ୍ଟନ କରାଯାଇଥିଲା ।

yuvodaya
Leave A Reply

Your email address will not be published.