pakka

ବଲାଙ୍ଗିର ଓକିଲମାନଙ୍କ ସହ ସମରେନ୍ଦ୍ରଙ୍କ ସମ୍ବାଦ : ନିଜର ପ୍ରାର୍ଥୀତ୍ୱ ଓ ଆଭିମୁଖ୍ୟ କଲେ ଉପସ୍ଥାପନା

bbehera
  • ନିଜ ଅଂଚଳକୁ ଭଲ ପାଉଥିବା ଲୋକ ହିଁ ଉଚିତ ପ୍ରତିନିଧିତ୍ୱ ପ୍ରଦାନ କରିବ – ସମରେନ୍ଦ୍ର
  • ସମସ୍ୟା ସହିତ ରହିଲେ ହିଁ ସମାଧାନ କରିବା ସହଜ – ସମରେନ୍ଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୦ ବର୍ଷର ଉଚିତ୍‌ ପ୍ରତିନିଧିତ୍ୱକୁ ପଛୁଆ ଥିବା ବଲାଙ୍ଗିରକୁ ଆଗେଇ ନେଇଛି । ପୂର୍ବରୁ ଯେଉଁମାନଙ୍କର ପ୍ରତିନିଧିତ୍ୱ ଥିଲା ସେମାନେ ଏ ଅଂଚଳର ସମସ୍ୟା ଲୋକଙ୍କର ଜିବନ ଯାପନ ଶୈଳୀ, ସଂସ୍କୃତି ଏପରିକି ଦୈନନ୍ଦିନ ଜୀବନ ଯାପନ କରିବାର ତରିକା ଉପରେ ଅବଗତ ନଥିଲେ । ଏପରି କି ଏଅଂଚଳକୁ ସେମାନେ ଭଲ ପାଉଥିଲେ କି ପାଉନଥିଲେ ସେଇଟା ତ ବିତର୍କର କଥା କିନ୍ତୁ ଏହା ସତ ଯେ’ ସେମାନେ ଯେହେତୁ ସମସ୍ୟା ଓ ସମସ୍ୟା ଭୋଗୁଥିବା ଲୋକଙ୍କ ସହିତ ରହୁନଥିଲେ ୧୦ ବର୍ଷ ପୂର୍ବର ବଲାଙ୍ଗିର ଅଂଚଳ ସମସ୍ୟା ବହୁଳ ହୋଇ ରହିଯାଇଥିଲା । ୨୦୧୪ ପରବର୍ତ୍ତି ରାଜନୈତିକ ପରିବର୍ତ୍ତନ ଫଳରେ ଆମର ପ୍ରୀୟ ବିଧାୟକ ଯେହେତୁ ଲୋକଙ୍କ ସଙ୍ଗେ ସହିଲେ ତାଙ୍କ ସମସ୍ୟାକୁ ଅନୁଭବ କଲେ ଯାହା ଫଳରେ କି ପାନୀୟ ଜଳ ହେଉ କି ରାସ୍ତାଘାଟ, ଶିକ୍ଷା ଭିତ୍ତିଭୂମି ହେଉ କି ସ୍ୱାସ୍ଥ୍ୟ ସମସ୍ୟା, କ୍ରୀଡା ଭିତ୍ତିଭୂମି ହେଉ କି ଜଳସେଚନ ଏ ସମସ୍ତ ଦିଗରେ ଥିବା ଅଭାବ ଅସୁବିଧାକୁ ଦୂର କରିବା ପାଇଁ ସହଜ ହେଲା ବୋଲି ଗତ କାଲିି ସ୍ଥାନୀୟ ବାଟିକା ହୋଟେଲ୍‌ ପ୍ରାଙ୍ଗଣରେ ବଲାଙ୍ଗିର ବାର ଓକିଲମାନଙ୍କ ସହ ଆୟୋଜିତ ଏକ ସମ୍ବାଦ କାର୍ଯ୍ୟକ୍ରମରେ ବଲାଙ୍ଗିର ବିଧାନସଭା ପାଇଁ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଥିବା ଯୁବନେତା ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ଏହି ମର୍ମରେ ସମରେନ୍ଦ୍ର ଆସନ୍ତା ବିଧାନସଭା ନିର୍ବାଚନରେ ନିଜ ପ୍ରାର୍ଥୀତ୍ୱ ଓ ଆଭିମୁଖ୍ୟକୁ ଉପସ୍ଥିତ ଓକିଲମାନଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ । ସେ କହିଥିଲେ ଗୋଟିଏ ଅଂଚଳର ବିକାଶ କରିବାକୁ ହେଲେ ସେଠାରେ ଥିବା ଅଭାବ ଅସୁବିଧାର ଚିତ୍ର ଓ ଚରିତ୍ରକୁ ଜାଣିବାକୁ ପଡିବ । ଏପରି କି ଅଂଚଳରେ ଥିବା ଅସୁବିଧା ନିଜେ ଭୋଗିନଥିଲେ ସେ ଅସୁବିଧା ଦୂର କରିବା ପାଇଁ ନିଜ ଭିତରେ ତତ୍ପରତା ଆସିନଥାଏ । ଏ ପରିପ୍ରେକ୍ଷିରେ ନିଜର ପ୍ରତିଦ୍ୱନ୍ଦିଙ୍କ ଅଦୂରଦର୍ଶିତାକୁ ପ୍ରମାଣିତ କରିବା ପାଇଁ ସମରେନ୍ଦ୍ର ପୂର୍ବତନ ସାଂସଦଙ୍କ ୱାଟର୍‌ ଏଟିଏମ୍‌, ବସ୍‌ ଷ୍ଟପ୍‌, ସାଂସଦ ପାଣ୍ଠିରୁ ପ୍ରଦାନ କରିଥିବା ଧୂଳିସଫା କରା ଗାଡି ଉଦାହରଣ ଦେଇଥିଲେ । ଉପରୋକ୍ତ ତିନୋଟି ଯୋଜନା ନିକଟ ଅତିତରେ ହୋଇଥିଲେ ହେଁ ଆଜିର ତାରିଖରେ ୱାଟର ଏଟିଏମ୍‌, ବସ୍‌ ଷ୍ଟପ୍‌ ଓ ଧୂଳିସଫା ଗାଡିର ଚିହ୍ନବର୍ଣ୍ଣ ମଧ୍ୟ ନାହିଁ ବୋଲି ସେ କହିଥିଲେ । ଏହା ସହ ସେ ଏ ଅଂଚଳ ଯୁବକମାନଙ୍କ ପାଇଁ ପୂର୍ବତନ ସାଂସଦ ଯେ କି ବିଧାନସଭା ପାଇଁ ସରକାରୀ ଦଳରେ ପ୍ରତିଦ୍ୱନ୍ଦିତା କରୁଛନ୍ତି, ପୂର୍ବ ବର୍ଷମାନଙ୍କରେ ତାଙ୍କ ଦ୍ୱାରା ଦିଆଯାଇଥିବା ପ୍ରତିଶୃତି ଯଥା ପାଇଲଟ୍‌ ଟ୍ରେନିଂ ସେଣ୍ଟର ଓ ମେନେଜ୍‌ମେଣ୍ଟ ଶିକ୍ଷାନୁଷ୍ଠାନ ଏକ ଫମ୍ପା ପ୍ରତିଶୃତି ଥିଲା ବୋଲି ଆକ୍ଷେପ କରିଥିଲେ । ଆଲୋଚନା ସଭାରେ ବଲାଙ୍ଗିର ବିଧାୟକ ସମରେନ୍ଦ୍ରଙ୍କ ପାଇଁ ଭୋଟ୍‌ ମାଗିବା ପରିପ୍ରେକ୍ଷିରେ କହିଥିଲେ ୧୦ ବର୍ଷରେ ମେଡିକାଲ୍‌ କଲେଜ୍‌ ନିର୍ମାଣ, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ, ଶିକ୍ଷା ଭିତ୍ତିଭୂମି, ପର୍ଯ୍ୟାପ୍ତ ପିଇବା ପାଣି ଯୋଗାଇବା, ସମସ୍ତ ରାସ୍ତାଘାଟ ଉନ୍ନତିକରଣ, ବ୍ୟାଡ୍‌ମିଣ୍ଟନ୍‌ ଇନ୍‌ଡୋର୍‌ ଷ୍ଟାଡିୟମ୍‌ ସହ ଅନ୍ୟ କ୍ରୀଡାଭୂମିର ବିକାଶ ଦିଗରେ ଅନେକ କାମ କରାଯାଇଛି । ବିଶେଷ କରି ମେଡିକାଲ୍‌ କଲେଜ୍‌ ମଂଜୁରି ହେବାରେ ଘଟିଥିବା ଘଟଣାବଳିର ସେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ ଓ କହିଥିଲେ ସମରେନ୍ଦ୍ରଙ୍କ ଭଳିଆ ଜଣେ ଦକ୍ଷତା, ଦୂରଦୃଷ୍ଟି ସମ୍ପନ୍ନ, ଆତ୍ମୀୟତା ଗୁଣ ଥିବା ତଥା ସମସ୍ୟା ଭିତରେ ରହି ତାର ସମାଧାନ କରିପାରୁଥିବା ଯୁବ ନେତୃତ୍ୱକୁ ହାତ ଚିହ୍ନରେ ଭୋଟ୍‌ ଦେଇ ଏକ ସଠିକ ପ୍ରତିନିଧିତ୍ୱ ପ୍ରଦାନ କରିବାକୁ ଉପସ୍ଥିତ ଓକିଲମାନଙ୍କୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ଓକିଲ ଅଂଶଗ୍ରହଣ କରି ଏକ ଆହୁରି ବିକଶିତ ବଲାଙ୍ଗିର ନିର୍ମାଣ ଦିଗରେ ନିଜର ମତମତ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

19 + eighteen =