pakka

ଜୋଙ୍କ ପୋଲିସ୍‌ର ପାଟ୍ରୋଲିଂ ବେଲେ ୨୬ କେଜି ଗଞ୍ଜେଇ ଜବତ : ଜଣେ ଗିରଫ

bbehera

ନୂଆପଡ଼ା, (ନିରାକାର ମେହେର): ନୂଆପଡ଼ା ଜିଲ୍ଲା ଜୋଙ୍କ ପୁଲିସ୍‌ ପାଟ୍ରୋଲିଂ ସମୟରେ ୨୬ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଯୁବକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଉତ୍ତର ପ୍ରଦେଶ ରାଜ୍ୟ କନପୁର ଜିଲ୍ଲା ଅକବରପୁର ଥାନା ପହରପୁର ଗାଁର ପିଣ୍ଟୁ ସିଂ । ଆଜି ଅପରାହ୍ନରେ ଅଭିଯୁକ୍ତ ପିଣ୍ଟୁଙ୍କୁ କୋର୍ଟଚାଲାଣ କରାଯାଇଥିବା ଜୋଙ୍କ ଥାନା ଆଇଆଇସି ଗୁରୁଦେବ କର୍ମୀ ସୂଚନା ଦେଇଛନ୍ତି । ଗତ ୧୭ ତାରିଖ ରାତିରେ ଜୋଙ୍କ ଥାନା ଆଇଆଇସି ଶ୍ରୀ କର୍ମୀଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଆଇ ଅରବିନ୍ଦ ମେହେରଙ୍କ ନେତୃତ୍ୱରେ ଏକ ପୁଲିସ୍‌ ଟିମ୍‌ ଖରିଆରରୋଡ଼ ସହରରେ ପାଟ୍ରୋଲିଂ କରୁଥିଲା । ଗତକାଲି ଭୋର ସକାଳୁ ଜଲାରାମଛକ ନିକଟରେ ଜଣେ ଅଜଣା ବ୍ୟକ୍ତି ଏକ ବ୍ୟାଗ ଧରି ରେଲୱେ ଷ୍ଟେସନ୍‌କୁ ଯାଉଥିଲା । ପୁଲିସ ଟିମ୍‌ ସନ୍ଦେହରେ ଯୁବକଙ୍କୁ ପଚରାଉଚୁରା କରିବା ସହ ବ୍ୟାଗକୁ ଯାଞ୍ଚ କରିଥିଲେ । ବ୍ୟାଗରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା । ପୁଲିସ ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତ ପିଣ୍ଟୁକୁ ଗିରଫ କରିଥିଲା । ଏହି ଅଭିଯୁକ୍ତ ଜଣକ କୋମନା ଥାନା ଜେଠୁପାଲି ଗାଁରୁ ଉତ୍ତରପ୍ରଦେଶ ରାଜ୍ୟକୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ସ୍ଵୀକାର କରିଥିବା ପୁଲିସ ପ୍ରକାଶ କରିଛି ।

Leave A Reply

Your email address will not be published.

fourteen − two =