pr

ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀନଗର ରାଜ୍ୟ କାୟାକଳ୍ପ କମାଣ୍ଡେବୁଲ୍‌ ୨୦୨୪ ପାଇଁ ମନୋନୀତ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ଶାସ୍ତ୍ରୀନଗରର ଉତ୍ତମ ସ୍ୱାସ୍ଥ୍ୟ ସେବା ଓ ସ୍ୱଚ୍ଛତା ପାଇଁ ଓଡିଶା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ରାଜ୍ୟ କାୟାକଳ୍ପ କମାଣ୍ଡେବୁଲ୍‌ ୨୦୨୩-୨୪ ବର୍ଷସହିତ ସପ୍ତମ ଥର ପାଇଁ ଉକ୍ତ ପୁରସ୍କାର ଉପାଧିରେ ଯୋଗ୍ୟ ବିବେଚିତ ହୋଇଛନ୍ତ । ରାଜ୍ୟ କାୟାକଳ୍ପ କମାଣ୍ଡେବୁଲ୍‌ ପୁରସ୍କାର ଓଡିଶା ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନବରତ କାର୍ଯ୍ୟରତ ସ୍ୱାସ୍ଥ୍ୟ ଚିକିତ୍ସା କେନ୍ଦ୍ରମାନ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ପାଇଁ ଓ ବିଶେଷ ଭାବରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ୱଚ୍ଛତା ଓ ପରିମଳ ପାଇଁ ପର୍ଯ୍ୟାପ୍ତ ସୁବିଧା ଯଥା ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଔଷଧୀୟ ବୃକ୍ଷ ବଗିଚା ସ୍ଥାପନ କରିବା, ପରିସରରେ ଶିଶୁ ଉଦ୍ୟାନ ସୁବିଧା ଉପଲବ୍‌ଦ୍ଧ କରାଇବା, ଚିକିତ୍ସାଳୟର ପ୍ରତ୍ୟକ ସ୍ତରରେ ପରିଷ୍କାର ଓ ପରିମଳକୁ ପ୍ରାଧାନ୍ୟ ଦେବା ଏଭଳି ପ୍ରାଂଜଳ ଭାବରେ ପ୍ରାୟତଃ ଏକଶହ ଦଶ ଗୋଟି ଯାଞ୍ଚ ପ୍ରକ୍ରିୟା ମଧ୍ୟରୁ ପ୍ରାୟ ଷାଠିଏ ପ୍ରତିଶତ ଯାଞ୍ଚ ପ୍ରକ୍ରିୟାରେ ଉପକୃତ ହୋଇ ପାରିଲେ ସ୍ୱାସ୍ଥ୍ୟକେନ୍ଦ୍ର ଏହି ସ୍ୱତନ୍ତ୍ର ପୁରସ୍କାର ଉପାଧି ପାଇଁ ଯୋଗ୍ୟ ବିବେଚିତ ହୋଇପାରି ଥାଆନ୍ତି । ଉକ୍ତ ପୁରସ୍କାର ଉପାଧିକୁ ରାଜ୍ୟ ସରକାର ନଗଦ ଏକ ଲକ୍ଷ ପଚାଶ ହଜାରଠୁଁ ପଚାଶ ହଜାର ପର୍ଯ୍ୟନ୍ତ ରାଶି ପ୍ରଦାନ କରିଥାନ୍ତି । ଏହି ପୁରସ୍କାରକୁ ସ୍ୱତନ୍ତ୍ର ଭାବରେ ସ୍ୱାସ୍ଥ୍ୟ କେନ୍ଦ୍ର ହାସଲକରି ଜିଲ୍ଲାରେ ଏକ ସ୍ୱତନ୍ତ୍ର ସ୍ଥାନ ହାସିଲ କରିପାରିଥିବା ହେତୁ ନେସ୍‌ନାଲ୍‌ ପିସ୍‌ ୟୁନିସନ୍‌ ନିର୍ଦ୍ଧେଶକ,ସମ୍ପାଦକ ସତ୍ୟ ରଞ୍ଜନ ମିଶ୍ର, ରବି ରଞ୍ଜନ ପୂଜାରୀ, ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡା. ରାକେଶ ରଞ୍ଜନ ମୁଣ୍ଡ, ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନର ରାମାନୁଜ ପଣ୍ଡା(ଏ. ପି. ଏମ୍‌)କେନ୍ଦ୍ରର ସମସ୍ତ ସଭ୍ୟସଭ୍ୟା ତଥା ରାଜ୍ୟ ସରକାରଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି ।

nrusinghnath
Leave A Reply

Your email address will not be published.