lika

ମହୁମାଛି ଆକ୍ରମଣରେ ଖପ୍ରାଖୋଲ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଗୁରୁତର

gbag

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ସଦର ଖପ୍ରାଖୋଲ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ବୁଧବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ମହୁମାଛି ଦଂଶନରେ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବୁଧବାର ସକାଳ ସମୟ ସ୍କୁଲରେ ସରସ୍ୱତୀ ପୂଜା ହେଉଥିବା ସମୟରେ ଛାତ୍ରଛାତ୍ରୀମାନେ ସ୍କୁଲ ପରିସରରେ ଠିଆ ହୋଇଥିବା ବେଳେ ଠିକ୍‌ ଏହି ସମୟରେ ମହୁମାଛିମାନେ ହଠାତ୍ ସେମାନଙ୍କୁ ଆକ୍ରମଣ କରିଥିଲେ । ପରିସ୍ଥିତି ଏମିତି ହୋଇଥିଲା ଯେ ଛାତ୍ରଛାତ୍ରୀ ଭୟରେ ଏଣେତେଣେ ଦୌଡ଼ାଦୌଡ଼ି କରୁଥିବା ଦେଖାଯାଇଥିଲା । ତେବେ, ମହୁମାଛିଙ୍କ ଦଂଶନରେ ୧୨ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ପ୍ରଧାନଶିକ୍ଷକ ଇସ୍ପାଲ ସୁନା ତୁରନ୍ତ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଖପ୍ରାଖୋଲ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା କରିବାପାଇଁ ନେଇଥିଲେ । ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା ସୂଚନା ମିଳିଛି । ମହୁମାଛି ଆକ୍ରମଣରେ ଲୋକେ ମୃତ୍ୟୁମୁଖରେ ପଡୁଥିବା ବେଳେ ଏପରି ବିପଦ ପରିସ୍ଥିତିରେ ସ୍କୁଲ ପରିସରକୁ ଲାଗି ଗୋଟିଏ ବୃକ୍ଷରେ ବହୁତ ଗୁଡିଏ ମହୁମାଛି ବସାବାନ୍ଧି ରହୁଛନ୍ତି ଏବଂ ଆଜି ତାଙ୍କ ଆକ୍ରମଣରେ ଛୋଟ ଛୋଟ ସ୍କୁଲ ଛାତ୍ରଛାତ୍ରୀ ଆହତ ହୋଇ ଡାକ୍ତରଖାନା ଯିବାକୁ ବାଧ୍ୟ ହୋଇଛନ୍ତି । ଭବିଷ୍ୟତରେ ମହୁମାଛି ଦ୍ୱାରା ବଡ ବିପଦ ନଆସିବା ପାଇଁ ସ୍କୁଲ କର୍ତ୍ତୃପକ୍ଷ କଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା ।

babaa
Leave A Reply

Your email address will not be published.