କଣାସରେ ହାତୀ ଆତଙ୍କ

କଣାସ : କଣାସରେ ହାତୀ ଆତଙ୍କ । ଖେତରେ ପଶି ଧାନ ଖାଇ ଫସଲ ନଷ୍ଟ କରୁଥିବା ଦେଖିବାକୁ ମିଳିଛି । ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳରୁ ବିଳମ୍ବିତ ରାତିରେ ନୂଆ ଜଗନ୍ନାଥ ସଡ଼କ ପାରି ହୋଇ ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ପଶି ଅମଳ ଧାନ ନଷ୍ଟ କରିଥିବା ଜଣାଯାଇଛି । ଏବେ କଣାସ ମୁହାଁ ଜଙ୍ଗଲୀ ହାତୀ ପଲ ଦେଖି ଲୋକେ ଭୟଭୀତ । ଖବର ଅନୁଯାୟୀ, ମଙ୍ଗଲବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁରୁ ବଜାର ଦେଇ ୮ରୁ ଅଧିକ ହାତୀ ଜଗନ୍ନାଥ ରୋଡ଼ରେ ଅତିକ୍ରମ କରିଛନ୍ତି । ହାତୀ ପଲ ବାଡ଼ିରେ ଥିବା ଅମଳ ଧାନକୁ ଖାଇ ନଷ୍ଟ କରିଦେଇଥିବା ଜଣାପଡିଛି । କଣାସ ଗଡଖାରଦ ପଞ୍ଚାୟତ ବାଦୂରାବର ଗ୍ରାମରେ ଦୁଇ ଚାଷୀଙ୍କ ୫୦ରୁ ଅଧିକ ଅମଳ ହୋଇଥିବା ଧାନ ବସ୍ତା ଖାଇ ଦେଇଛନ୍ତି ହାତୀ ପଲ । ବିଳମ୍ବିତ ରାତିରେ ନିକଟ ଚିତ୍ରକୁଟ ଜଙ୍ଗଲରୁ ଜଙ୍ଗଲି ହାତୀ ଆସିଥିବା ଚାଷୀମାନେ ଅନୁମାନ କରିଛନ୍ତି । ଧାନ ଅମଳ ସମୟରେ ହାତୀଙ୍କ ପ୍ରାଦୁର୍ଭାବରେ ଚାଷୀ ଭୟଭୀତରେ ଥିବା ଜଣାପଡିଛି ।

Leave A Reply

Your email address will not be published.