ଗଞ୍ଜମ ଜିଲ୍ଲାସ୍ତରୀୟ ଏକଦିବସୀୟ ଲୋକକଳା କର୍ମଶାଳା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଲୋକକଳା ମଧ୍ୟମରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନ ସମ୍ପର୍କରେ ଗଞ୍ଜାମ ଜିଲ୍ଲାସ୍ତରୀୟ ଏକଦିବସୀୟ କର୍ମଶାଳା ଜିଲ୍ଲା ସଂସ୍କୃତି ଭବନ ଛତ୍ରପୁରଠାରେ ଅନୁଷ୍ଠିତ ହୋଇଯାଇଅଛି । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ବେଗୁନିଆପଡ଼ା ଉପସଭାପତି ମହେଶ୍ୱର ବରାଡ ସ୍ୱାଗତ ସମ୍ଭାଷଣ ପୂର୍ବକ ଅତିଥି ପରିଚୟ ପ୍ରଦାନ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ସୂଚନା ଓ ଲୋକ ସମ୍ପର୍କ ତଥା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗୀୟ ସୂଚନା, ଶିକ୍ଷା ଓ ଯୋଗାଯୋଗର ମାର୍ଗଦର୍ଶକ କୃଷ୍ଣଚନ୍ଦ୍ର ନିଶଙ୍କ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ରାଧେକୃଷ୍ଣ ରାମ ଜିଲ୍ଲା କଳାସଂସ୍କୃତି ସଂଘ ଉପସଭାପତି ସନ୍ତୋଷ କୁମାର ପାଢ଼ୀ ଓ ଆକାଶବାଣୀ ଉଦ୍‌ଘୋଷକ ଅରୁଣ କୁମାର ଶତପଥୀ ପ୍ରମୁଖ ମଞ୍ଚାସିନ ରହି ୨୨ ବ୍ଲକର ଉପସ୍ଥିତ ଥିବା ବିଏସ୍ଏସ୍‌ଓ ଉପସଭାପତି ଓ ବୟୋଜ୍ୟେଷ୍ଠ କଳାକାରମାନଙ୍କୁ ଲୋକକଳା ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନାର ପ୍ରଚାର ଓ ପ୍ରସାର କରିବା ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରି ସରକାରଙ୍କ ମାର୍ଗଦର୍ଶିକା ସମ୍ପର୍କରେ ଅବଗତ କରାଇ ଥିଲେ । ମଙ୍ଗଳବାର ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ଉପସଭାପତି ଓ ବିଏସ୍‌ଏସ୍‌ଓ ଅନ୍ୟାନ୍ୟ ସମ୍ପୃକ୍ତ ବ୍ୟକ୍ତି ବିଶେଷ ଆସନ୍ତା ୧୭ ତାରିଖ ମଧ୍ୟରେ ବ୍ଳକସ୍ତରରେ ବ୍ଳକ କଳାସଂସ୍କୃତି ସଂଘରେ ସାମିଲ୍ ଥିବା କଳାକାରମାନଙ୍କୁ ନେଇ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ କରିବାକୁ ପରାମର୍ଶ ଦିଆଯାଇଥିଲା । ଆସନ୍ତା ଜାନୁୟାରୀ ୨୩ ତାରିଖଠାରୁ ଫେବୃଆରୀ ୨୦ ପର୍ଯ୍ୟନ୍ତ ଜିଲ୍ଲାର ପ୍ରତି ଗ୍ରାମାଞ୍ଚଳରେରେ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ ବୋଲି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଯୋଜନା ରହିଛି ।

Leave A Reply

Your email address will not be published.