ଓକା ମହୋତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡିଶା ସଂସ୍କୃତି କଳା ଏକାଡେମୀ ପକ୍ଷରୁ ଜୟଦେବ ଭବନ ପରିସରରେ ଓକା ମହୋତ୍ସବ ଓ ଜାତୀୟସ୍ତରୀୟ ଓଡିଶୀ ନୃତ୍ୟ ଓ ଲୋକ ସଂଗୀତ ନୃତ୍ୟ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଯାଇଛି । ସଙ୍ଗୀତ ନିର୍ଦେଶକ ଦିନେଶ ମଲ୍ଲିକଙ୍କ ସଭାପତିତ୍ୱରେ ଉତ୍ସବ ଆରମ୍ଭ ହୋଈଥିଲା ଆନୁଷ୍ଠାନିକ ଭାବରେ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ସାଂସଦ ପ୍ରଶନ୍ନ ପାଟ୍ଟଶାଣୀ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ପ୍ରଯୋଜକ ଶ୍ରୀକାନ୍ତ ଗୌତମ ପ୍ରାରମ୍ଭରେ ଅନୁଷ୍ଠାନର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ବସନ୍ତ କୁମାର ଦାସ ଓକା ମହୋତ୍ସବର ଆଭିମୁଖ୍ୟ ଉପରେ ସ୍ୱାଗତ ଭାଷଣ ଦେଇଥିଲେ । ଉତ୍ସବର ସମ୍ମାନୀତ ଅତିଥି ରୂପେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ହିନ୍ଦୁସ୍ଥାନୀ ସଙ୍ଗୀତ ଗୁରୁ ପ୍ରଦୀପ ଦାସ ଓ ଓଡିଶୀ ସଙ୍ଗୀତ ଗୁରୁ ପ୍ରଦୀପ ଦାସ, ଓଡିଶୀ ନୃତ୍ୟଗୁରୁ ଭାବେ ସୁଜାତା ମିଶ୍ର, ଚପଳା ମିଶ୍ର, ଗଜେନ୍ଦ୍ର ପଣ୍ଡା, ସମାଜସେବୀ ଶଶଧର ପଣ୍ଡା ସିରିଏଲ୍‌ ଅଭିନେତ୍ରୀ ଦେବଶ୍ରୀ ଦାସ, ଡକ୍ଟର ପ୍ରିୟଙ୍କା ପାଣିଗ୍ରାହୀ, ଜୟଦେବ ଭବନର ଅଫିସର ଦୀପ୍ତି ରଞ୍ଜନ୍ ପରିଡା ଓ ବ୍ୟଙ୍ଗକବି ସମ୍ପଦ କୁମାର ରଥ ପ୍ରମୁଖ ଯୋଗ ଦେଇଥିଲେ । ଓକା ଫେଷ୍ଟିଭାଲରେ ଗୀତ ଓ ନୃତ୍ୟ ୧୦୦ ଜଣ ପ୍ରତିଭାଙ୍କୁ ଫେଷ୍ଟିଭାଲ ପ୍ରମାଣପତ୍ର ଓ ଓକା ଟ୍ରଫି ଦିଆଯାଇ ସମ୍ବର୍ଦ୍ଧିତ କରାଯିବା ସହ ଓଡିଶା ରତ୍ନ ସମ୍ମାନରେ ୪୦ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଜୁନିଅର ଅମିତାଭ ବଚନ ଉତ୍ସବରେ ଯୋଗ ଦେଇଥିଲେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରଦୀପ କୁମାର ବିହାରୀ, ପ୍ରକାନ୍ତ ମହାରଣା, ମୋନାଲିସା ଷଡଙ୍ଗୀ, ବର୍ଷାରାଣୀ ପଟ୍ଟନାୟକ, ରୋଜାଲିନ ସେନାପତି, ଅନୀଲ ବାରିକ, ଦେବାଶିଷ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.