csstore

ବନ୍ଧର ପୁନଃରୁଦ୍ଧାର ନିମନ୍ତେ ପଥପ୍ରାନ୍ତ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ନଗର କଂଗ୍ରେସ କମିଟି ତରଫରୁ ସ୍ଥାନୀୟ ଗେଟ ସରୋବରପଡାଠାରେ ଗେଟସରୋବର ବନ୍ଧର ପୁନଃରୁଦ୍ଧାର ନିମନ୍ତେ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା । ସୂଚନାଯୋଗ୍ୟ ଯେ ବଲାଙ୍ଗିର ସହରର ବିଭିନ୍ନ ବନ୍ଧ ଅବହେଳିତ ଅବସ୍ଥାରେ ପଡି ରହିଛି । ଏ ଗୁଡିକ ଐତିହ୍ୟ ସମ୍ପନ୍ନ ବନ୍ଧ । ବାରମ୍ବାର ପୌରପାଳିକା ତରଫରୁ ପ୍ରତିଶୃତି ମିଳୁଥିଲେ ମଧ୍ୟ ତାହା କାର୍ଯ୍ୟରେ ପରିଣତ ହୋଇପାରୁ ନାହିଁ । କଂଗ୍ରେସ ଦଳ ତରଫରୁ ବାରମ୍ବାର ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରାଯାଇଥିଲେ ସୁଦ୍ଧା ପୌରପାଳିକା ନିରବଦ୍ରଷ୍ଟା ସାଜିଛି । ସେଥି ପାଇଁ ଲୋକମାନଙ୍କୁ ସଚେତନ କରିବା ପାଇଁ ନଗର କଂଗ୍ରେସ ପକ୍ଷରୁ ପଥପ୍ରାନ୍ତ ସଭାମାନ ଆୟୋଜନ କରାଯାଉଛି । ଆଜିର ସଭାରେ ବକ୍ତାମାନେ ପୌରପାଳିକା ଓ ପୌରାଧ୍ୟକ୍ଷାଙ୍କୁ ଶାଣିତ ସମାଲୋଚନା କରିଥିଲେ । ପୌରାଧ୍ୟକ୍ଷାଙ୍କର ଏଭଳି ମନୋବୃତ୍ତି ଗ୍ରହଣୀୟ ନୁହେଁ ମତପ୍ରକାଶ ପାଇଥିଲା । ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ପଥପ୍ରାନ୍ତ ସଭାରେ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, କୋଷାଧ୍ୟକ୍ଷ ଜୁଲୁ ପଟ୍ଟନାୟକ, ଜିଲ୍ଲା କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ର, ଓମ୍‌ କୁମ୍ଭାର, ସୀତାରାମ କୁମ୍ଭାର, ବ୍ରଜ ସେଠୀ, ସଂଜୟ ମିଶ୍ର, ହିମାଂଶୁ ନାୟକ, କିରଣ ସେଠ, ଅଶୋକ ହରପାଲ, ଫଣିନ୍ଦ୍ର କୁମ୍ଭାର, ଦୀପକ ନାଗ, ଅନ୍ତ ମଛଖଣ୍ଡ, ଦୁଃଖିଶ୍ୟାମ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ନଗର କଂଗ୍ରେସ ମେଡିଆ ସେଲ ସଂଯୋଜକ ଲୋପନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.