oom

ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ, ବିଜ୍ଞାନମେଳା ଓ ପ୍ରକଳ୍ପ ପ୍ରତିଯୋଗିତା – ୨୦୨୩ ଦ୍ଵିତୀୟ ଦିବସ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଦିବାସୀ କଲ୍ୟାଣ ବିଭାଗର ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଅନ୍ୱେଷା ଖେଳପଡିଆଠାରେ ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ, ବିଜ୍ଞାନମେଳା ଓ ପ୍ରକଳ୍ପ ପ୍ରତିଯୋଗିତାର ଦ୍ଵିତୀୟ ଦିବସରେ ନିଷ୍ଠା ପରିବାର ଓ ବରଗଡ ଶିକ୍ଷାଜିଲ୍ଲାର ମିଳିତ ଉଦ୍ୟମରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ୩୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ପଦ୍ମପୁର ବ୍ଲକ ଶିକ୍ଷାଧିକାରୀ ଲୋକନାଥ ଭୋଇ, ବରଗଡ ବ୍ଲକ ଶିକ୍ଷାଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇ, ସୋହେଲା ବ୍ଲକ ଶିକ୍ଷାଧିକାରୀ ଶ୍ରୀମତୀ ଅମୃତା ସାହୁ ଓ ଶିକ୍ଷକ ଦୟାସାଗର ସାହୁ ପ୍ରଥମେ ରକ୍ତଦାନ କରି ଏକ ଉଦାହରଣ ସୃଷ୍ଟି କରିବା ସହ ସମସ୍ତଙ୍କୁ ରକ୍ତଦାନ ମହତ ଦାନ ସମ୍ପର୍କରେ ଉତ୍ସାହିତ କରିଥିଲେ । ରକ୍ତ ଦାନ ଶିବିରକୁ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧିରୋଜ ପଟ୍ଟନାୟକ, ପ୍ରମୋଦ ନାଥ, ଭବାନୀଶଙ୍କର ଗଡ଼ତିଆ, ପ୍ରିୟବ୍ରତ ସାହୁ, ଗୋକୁଳ ଗଡ଼ତିଆ, ଅନୀଲ ସାବତ, ସୁଜିତ ବିଶ୍ୱାଳ ପରିଚାଳନା କରିଥିଲେ । ପ୍ରଦର୍ଶନୀର ପ୍ରଥମାର୍ଦ୍ଧରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା । ବାଲ୍ ବୈଜ୍ଞାନିକମାନେ ତାଙ୍କର ପ୍ରକଳ୍ପ ସମ୍ବନ୍ଧରେ ପ୍ରାଞ୍ଜଳ ଭାବରେ ବୁଝାଉଥିଲେ । ସମସ୍ତ ପ୍ରକଳ୍ପ ଉଚ୍ଚକୋଟୀର ହେବା ସଙ୍ଗେ ଆକର୍ଷଣୀୟ ହୋଇଥିଲା । ବିଜ୍ଞାନମେଳା ପଡିଆର ସେଲ୍‌ଫି ପଏଣ୍ଟଠାରେ ଛାତ୍ରଛାତ୍ରୀମାନଙ୍କର ଭିଡ଼ ଜମିବା ସହ ଉତ୍ସାହିତ ହୋଇ ଫଟୋ ଉଠାଉଥିଲେ । ଏହି କାର୍ଯ୍ୟକ୍ରମର ସଫଳତା ପଛରେ ବିଜ୍ଞାନ ନିରୀକ୍ଷକ ଧୀରୋଜ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରାଜ ବୋଡାସମ୍ବର ପ୍ରାଥମିକ ଶିକ୍ଷକ ସଂଘ, ମାଧ୍ୟମିକ ଶିକ୍ଷକ ସଂଘ, ବିଇଓ ଅଫିସର ସମସ୍ତ କର୍ମଚାରୀ, ସମସ୍ତ ସିଆର୍‌ସିସି ତଥା ଜିତେନ୍ଦ୍ର ପଣ୍ଡା, ମୋହନ ରଣା, ଅନୀଲ ବେହେରା, ବୈଲୋଚନ ପ୍ରଧାନ, ସୁବୋଧ ସାହୁ, ରେଣୁଧର ସାହୁ, କେଶବ ପ୍ରଧାନ, କ୍ଷୀରସିନ୍ଧୁ ସୁନା, ସଦାନନ୍ଦ ପୁରୋହିତ, ଭରତ ସାହୁ, ଟିକନୁ ସାହୁ, ଶାନ୍ତନୁ ସରାଫ, ଗୋପାଳଜୀ ପାଣିଗ୍ରାହୀ ପ୍ରମୁଖଙ୍କ ପ୍ରତ୍ୟକ୍ଷ ଅବଦାନ ରହିଛି । ଦ୍ଵିତୀୟ ଅଧିବେଶନରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କୃଷିରୁ କୃତ୍ରିମ ବୁଦ୍ଧିମତା (ଏଆଇ) ପର୍ଯ୍ୟନ୍ତ ସେମିନାର ଦିଲ୍ଲୀପ କୁମାର ଧଳ (ବରିଷ୍ଠ ବିଜ୍ଞାନ ଶିକ୍ଷକ ରେଙ୍ଗାଲି ଉଚ୍ଚ ବିଦ୍ୟାଳୟ ବଲାଙ୍ଗିର) ଉପସ୍ଥାପନ କରିଥିଲେ । ଏହାକୁ ସଂଯୋଜନା କରିଥିଲେ ରାଜେଶ ଖମାରୀ ଓ ଦ୍ଵାଦଶ ପ୍ରଧାନ । ଏହାପରେ ଖୋଜ୍‌ ଟିମ୍‌ଙ୍କ ଦ୍ଵାରା ବିଜ୍ଞାନ ପଛର ପ୍ରହେଳିକା କାର୍ଯ୍ୟକ୍ରମ ହୋଇଥିଲା ।

jittmm
Leave A Reply

Your email address will not be published.