oom

ସ୍ୱର୍ଗତ ନିରାକାର ସାହୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉପଲକ୍ଷେ ମିନି ମାରାଥନ ଦୌଡପ୍ରତିଯୋଗିତା ଓ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

jsmm

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଝରଣିପାଲି ହାଇସ୍କୁଲ ପରିସରରେ ସ୍ୱର୍ଗତ ନିରାକାର ସାହୁଙ୍କ ଶ୍ରାଦ୍ଧ ବାର୍ଷିକି ଉପଲକ୍ଷେ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇ ଥିଲା । ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ଦାସ, ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ପଧାନ, ବରିଷ୍ଠ ନାଗରିକ ରାଧାକାନ୍ତ ନାଏକ, ଆଗଲପୁର ଥାନା ଅଧିକାରୀ ବାସୁଦେବ ଭୋଇ, ସ୍ରତି ସାହୁଙ୍କ ପୁତ୍ର ସମିତି ସଭ୍ୟ ନରେଶ ସାହୁ, ଝରଣିପାଲି ହାଇସ୍କୁଲ ପ୍ରଧାନ ଶିକ୍ଷକ ଅଶୋକ କୁମାର ପଧାନ, ଆଇନଜୀବୀ ପ୍ରମୋଦ ଭୋଇ, ସୋମନାଥ ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ମା’ ଛେଲିଆପାଟ ସଂଗଠନର ପ୍ରତିଷ୍ଠାତା ବିଚିତ୍ରାନନ୍ଦ ପାତ୍ର ମଂଚ ପରିଚାଳନା କରିଥିଲେ । ଏହି ଅବସରରେ ଏକ ମିନି ମାରାଥନ ଦୌଡପ୍ରତିଯୋଗିତା ସହ ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟ ଆନୁକୁଲ୍ୟରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ଗଣ ଦୌଡପ୍ରତିଯୋଗିତାରେ ସର୍ବମୋଟ ୬୪ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ପାଟଣାଗଡ କୁଦମୁଣ୍ଡା ଗ୍ରାମର ଡୋଳାମଣି ଚିରଗୁଣ ଗଣ ଦୌଡରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କାର ରାଶି ୫୦୦୦ଟକା ସହ ଟ୍ରଫି, କଳାହାଣ୍ଡି ଧରମଗଡର ନରେନ୍ଦ୍ର ଗହିର ଦ୍ୱିତୀୟ ସ୍ଥାନ ପାଇ ନଗଦ ୩୦୦୦ ଟଙ୍କା ସହ ଟ୍ରଫି ଓ ତୃତୀୟ ସ୍ଥାନ ପାଇଥିବା ସମ୍ବଲପୁର ଡିଆର୍‌ଏସ୍‌ କଲୋନିର ଆକାଶ ମିର୍ଦ୍ଧା ୨୦୦୦ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଚକ୍ଷୁ ଚିକିତ୍ସା ଶିବିରରେ ୮୭ ଜଣ ପଞ୍ଜିକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୨୯ ଜଣଙ୍କୁ ଆଖି ଅପରେସନ ପାଇଁ ଚିହ୍ନଟ କରାଯାଇଥିଲା । ମା’ ଛେଲିଆପାଟ ସେବା ସଂଗଠନ ଓ ସମର୍ପଣ ସେବା ସଂଗଠନର ମିଳିତ ସହଯୋଗରେ ଗଣ ଦୌଡପ୍ରତିଯୋଗିତା ଓ ଚକ୍ଷୁ ଚିକିତ୍ସା ଶିବିରଟି ସମାପନ ହୋଇଥିଲା ।

jittmm
Leave A Reply

Your email address will not be published.