ବାବାସାହେବଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାସୁମନ

ଆଠଗଡ : ଭାରତରତ୍ନ ଆମ୍ବେଦକରଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାସୁମନ । ଆଠଗଡ ଅନୁସୂଚିତ ଜାତି ଜନଜାତି ଉନ୍ନୟନ ପରିଷଦ ଆନୁକୂଲ୍ୟରେ ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ. ବି. ଆର୍‌ ଆମ୍ବେଦକରଙ୍କ ୬୮ତମ ପୂଣ୍ୟତିଥିରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ସ୍ମୃତିଚାରଣ କରାଯାଇଥିଲା । ପରିଷଦର ସଭାପତି ବିଚିତ୍ରାନନ୍ଦ ସେଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ମିଳିତ ଓଡିଶା ନିଶା ନିବାରଣ ସଂଗଠନର ରାଜ୍ୟ ମୁଖ୍ୟ ଅପର୍ଣ୍ଣା ନାୟକ, ମୁଖ୍ୟବକ୍ତା ଲକ୍ଷ୍ମୀଧର ନାଏକ, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଡ.ଗୌତମବୁଦ୍ଧ ସୀତାରାମ ଓ ପରିଷଦର ସାଧାରଣ ସମ୍ପାଦକ ସତ୍ୟଜିତ ମଲ୍ଲିକ ପ୍ରମୁଖ ଯୋଗଦେଇ ଡ. ଆମ୍ବେଦକରଙ୍କ ବହୁମୁଖୀ ପ୍ରତିଭା ଏବଂ ଦେଶ ପାଇଁ ତାଙ୍କର ଅବଦାନ ବିଷୟରେ ବିସ୍ତୃତ ଭାବେ ଆଲୋକପାତ କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ । ପ୍ରଥମେ ଅତିଥି ଓ କର୍ମକର୍ତ୍ତାମାନେ ଆମ୍ବେଦକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅରୂପାନନ୍ଦ ମଲ୍ଲିକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ପଙ୍କଜ ନାଏକ, ଗଗନ ନାଏକ, ସନ୍ତୋଷ ସେଠୀ, ରତିକାନ୍ତ, ପ୍ରକାଶ ସେଠୀ, ଝୁମ୍ପେଇ ନାଏକଙ୍କ ସହ ଅନ୍ୟ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.