Browsing Tag

athagarh news

୬,୮୬୦ ଲିଟର ଚୋରା ଦେଶୀ ମଦ ଜବତ

ଆଠଗଡ଼ : ତିଗିରିଆ ଥାନା ଭିରୁଡ଼ା ଓ ଉପରବେଡ଼ା ଗାଁରେ ଅବକାରୀ ବିଭାଗର ଚଢ଼ାଉ । ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଠଗଡ଼ ଏବଂ କଟକ ଅବକାରୀ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ଚଢ଼ାଉ ବେଳେ ୬,୮୬୦ ଲିଟର ଚୋରା ଦେଶୀ ମଦ ଜବତ କରିବା ସହ ୭,୪୨୦ ଲିଟର ପୋଚ ନଷ୍ଟ
Read More...

ଯାତ୍ରା ଦେଖି ଫେରୁଥିବା ବୃଦ୍ଧଙ୍କୁ ଦଳି ଦେଲା ଦନ୍ତା

ଆଠଗଡ଼ : ଆଠଗଡରେ ଜଣେ ବୃଦ୍ଧଙ୍କର ଦନ୍ତା ଆକ୍ରମଣରେ ମୃତ୍ୟୁ ଘଟିଛି । ସ୍ଥାନୀୟ ଗୁରୁଡ଼ିଝାଟିଆ କାଣ୍ଡମୁଗୁରୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ସେ କଣ୍ଟାବନ୍ଧ ଗାଁକୁ ଯାତ୍ରା ଦେଖିବାକୁ ଯାଇଥିଲେ । ଯାତ୍ରା‌ ଦେଖି ଘରକୁ ଫେରୁଥିବା ବେଳେ ଯୁବକଙ୍କୁ ଦେଖି ଦନ୍ତା ଦଳି ଦେଇଥିଲା । ତାଙ୍କ
Read More...

ଆଠଗଡ଼ ଉପଖଣ୍ଡରେ ଯୋଡିହେଲା ନୂଆ ଫର୍ଦ୍ଦ

ଆଠଗଡ଼ : ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଯୋଡ଼ିହେଲା ଆଉ ଏକ ଫର୍ଦ୍ଦ । ୫-ଟି ଯୋଜନାରେ ‘ଆମ ହସ୍ପିଟାଲ୍’ର ହୋଇଯାଇଛି ରୂପାନ୍ତରଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଏହାର ଶୁଭ ଉଦ୍‌ଘାଟନ କରିଛନ୍ତି । ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ
Read More...

ଚୋରା ଦେଶୀ ମଦ ସହ ଗାଡି ଜବତ

ଆଠଗଡ଼ : ଚୋରା ଦେଶୀ ମଦ ସହ ଗାଡି ଜବତ । ଏହାସହ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଖବର ଅନୁଯାୟୀ ଏକ ଚୋରା ଦେଶୀ ମଦ ବୋଝେଇ ଗାଡି ଯାଉଥିଲା । ଏହି ସମୟରେ ଗୁଇନ୍ଦା ସୂଚନା ପାଇ ଚଢାଉ କରିଥିଲା ଅବକାରୀ ବିଭାଗ । ପୁରୁଣା କଟକ ସମ୍ବଲପୁର ରାସ୍ତାର କଲରାଗଡ ଛକ ନିକଟରୁ ଏକ ଚାରିଚକିଆ
Read More...

ଟ୍ୟୁସନ୍ ଛାତ୍ରଙ୍କୁ ଛୁରାମାଡ

ଆଠଗଡ : ଟ୍ୟୁସନ୍ ଛାତ୍ରଙ୍କୁ ଛୁରାମାଡ । ଆକ୍ରମଣ କରି ୨ ହେଲମେଟ୍ ପିନ୍ଧା ଦୁର୍ବୃତ୍ତ ଫେରାର । କଳା ପଲ୍‌ସର୍‌ ବାଇକ୍‌ରେ ଦୁଇଜଣ ଦୁର୍ବୃତ୍ତ ଆସି ଛୁରାମାଡ଼ କରିଥିବା ସୂଚନା ମିଳିଛି । ଆଠଗଡ ଥାନା କୁଲାଇଲୋ ବଜାରରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଛାତ୍ର ଜଣଙ୍କ ହେଲେ ଆଠଗଡ଼ ଥାନା
Read More...

ବିଦ୍ୟୁତ୍ ତାର ଲାଗି ଜଳିଗଲା ଟ୍ରାକ୍ଟର ଓ ପିକ୍‌ଅପ୍

ଆଠଗଡ଼ : ବିଦ୍ୟୁତ୍ ତାର ଲାଗି ଜଳିଗଲା ଟ୍ରାକ୍ଟର ଓ ପିକ୍‌ଅପ୍ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍‌ । ଏପରି ଅଘଟଣ ଘଟିଛି କଟକ ନରସିଂହପୁର ଥାନା ବାଲିସାହି ଓ ଘଣ୍ଟପଡ଼ା ଗ୍ରାମର ଦୁଇଟି ସ୍ଥାନରେ । ଆବଶ୍ୟକତା ଠାରୁ ଅଧିକ ପରିମାଣର ପାଳ ବୋଝେଇ ହୋଇ ଏକ ପିକ୍‌ଅଫ୍ ଭ୍ୟାନ୍‌ରେ ଆସୁଥିବା ସମୟରେ
Read More...

ଅବକାରୀ ବିଭାଗର ଚଢାଉ

ଆଠଗଡ଼ : ବିଶେଷ ସୂତ୍ରରୁ ଖବର ପାଇ ଆଠଗଡ଼ ଅବକାରୀ ବିଭାଗର ତିନୋଟି ସ୍ଵତନ୍ତ୍ର ଟିମ୍ ଏକ ଘର ଉପରେ ଚଢାଉ କରିଥିଲେ । ସେହି ଘରୁ ୨୦ ବ୍ୟାରେଲ ଓ ସେହି ଘର ପଛପଟେ ଥିବା ଏକ କୂଅ ମଧ୍ୟରୁ ୩୦ ବ୍ୟାରେଲ ଚୋରା ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ଘଟଣାସ୍ଥଳରୁ ମଦ ମାଫିଆମାନେ ଫେରାର୍‌
Read More...

ଆଠଗଡ଼ ମହୋତ୍ସବ ଉଦ୍‌ଯାପିତ

ଆଠଗଡ଼ : ଆଠଗଡରେ ଗତ ୬ ଦିନ ଧରି ମିନି ବାଲିଯାତ୍ରାର ଭ୍ରମ ସୃଷ୍ଟି କରିଥିବା ଆଠଗଡ଼ ମହୋତ୍ସବ ବୁଧବାର ଉଦ୍‌ଯାପିତ ହୋଇଯାଇଛି । ମହୋତ୍ସବ କମିଟିର ଆବାହକ ତଥା ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଆଠଗଡ଼ ବ୍ଲକ
Read More...

ବାବାସାହେବଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାସୁମନ

ଆଠଗଡ : ଭାରତରତ୍ନ ଆମ୍ବେଦକରଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାସୁମନ । ଆଠଗଡ ଅନୁସୂଚିତ ଜାତି ଜନଜାତି ଉନ୍ନୟନ ପରିଷଦ ଆନୁକୂଲ୍ୟରେ ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ. ବି. ଆର୍‌ ଆମ୍ବେଦକରଙ୍କ ୬୮ତମ ପୂଣ୍ୟତିଥିରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ସ୍ମୃତିଚାରଣ କରାଯାଇଥିଲା । ପରିଷଦର
Read More...

ଜିଲ୍ଲା ମାନ୍ୟତା ଦାବିରେ ଆଠଗଡ଼ ବନ୍ଦ

ଆଠଗଡ : ଆଠଗଡକୁ ଜିଲ୍ଲା ମାନ୍ୟତା ଦାବିରେ ଆଜି ଆଠଗଡ଼ ବନ୍ଦ । ଜିଲ୍ଲା ଦାବି ନେଇ ବାର ଘଣ୍ଟିଆ ବନ୍ଦ ଡାକରା ଦେଇଛି ଆଠଗଡ଼ ଜିଲ୍ଲାକ୍ରିୟାନୁଷ୍ଠାନ କମିଟି । କ୍ରିୟାନୁଷ୍ଠାନର ସଦସ୍ୟମାନେ ବିଭିନ୍ନ ଛକରେ ପିକେଟିଂ କରି ଗାଡି ମଟର ବନ୍ଦ କରିଛନ୍ତି । ଆଠଗଡକୁ ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ
Read More...