pakka

ହାତୀ ଆକ୍ରମଣରେ ଚାଲିଗଲା ଜୀବନ

bbehera

ପାଟଣା : ହାତୀ ଆକ୍ରମଣରେ ଚାଲିଗଲା ଜଣେ ମହିଳାଙ୍କ ଜୀବନ । ସୂଚନା ଅନୁସାରେ ଘଟଗାଁ ବ୍ଲକ ଅନ୍ତର୍ଗତ ତୋରାଣିପୋଖରୀ ପଞ୍ଚାୟତ ପୋଇପାଣି ଗ୍ରାମର ଗୁରୁଚରଣ ମହାରଣାଙ୍କ ପତ୍ନୀ ତୁଳସୀ ମହାରଣା (୪୫)ଙ୍କୁ ଗତ ୪ତାରିଖ ସନ୍ଧ୍ୟା ପାଖାପାଖି ୬ଟା ସମୟରେ ଏକ ଦନ୍ତା ହାତୀ ଟେକି କଚାଡି ଦେବାରୁ ସେ ଗୁରୁତର ହୋଇଥିଲେ । ତୁଳସୀ ସଦର ବ୍ଲକ ଅନ୍ତର୍ଗତ ଡୁମୁରିଆ ହାଟରୁ ହାଟ ସାରି ରାସ୍ତାରେ ଘରକୁ ଫେରୁଥିବା ସମୟରେ ପୋଇପାଣି ଜଙ୍ଗଲରୁ ହଠାତ୍ ଏକ ଦନ୍ତା ହାତୀ ବାହାରି ଆସି ତୁଳସୀଙ୍କୁ ଟେକି କଚାଡି ଦେଇଥିଲା । ଖବର ପାଇ ପାଟଣା ବନପାଳ ପିଅନ ନାଏକ ଓ ବନବିଭାଗ ପାରାକର୍ମଚାରୀମାନେ ଘଟଣା ସ୍ଥଳରେ ତାଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଅବସ୍ଥା ଉଦ୍‌ବେଗ ଜନକ ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଗୁରୁବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତୁଳସୀଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ପରିବାରକୁ ସହାୟତା ରାଶି ବାବଦରେ ବନବିଭାଗ ମୋଟ ୬ ଲକ୍ଷ ଟଙ୍କା ଦେବ ଓ ଶବ ଗ୍ରାମରେ ପହଞ୍ଚିବା ପରେ ତତ୍‌କାଳ ମୋଟ ଅର୍ଥରୁ ୧୦ ପ୍ରତିଶତ ଅର୍ଥ ସହାୟତା ପ୍ରଦାନ କରାଯିବ ବୋଲି ପାଟଣା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାର ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

6 − four =