ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର (ଡୁଡୁକା) ବ୍ଲକର ସାଲେଭଟା, ମୁରଶୁଣ୍ଢୀ, କୁଟାସିଂହା, ପଟୁଆପାଲି, ବକଟି ଅଂଚଳର ବିଭିନ୍ନ ଗ୍ରାମରେ କାର୍ତ୍ତିକ ଶେଷ ବ୍ରତ ବା ଅଁଳା ତଳ ପୂଜା ଅନୁଷ୍ଠିତ ହୋଇଯାଇଛି । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଗାଁର ସମସ୍ତେ ଏହି ପୂଜାରେ ସାମିଲ ହୋଇ ଏକାଠି ପ୍ରସାଦ ସେବନ କରିଥିଲେ । ଗାଁର ମହିଳାମାନେ ଏକତ୍ରିତ ହୋଇ ଅଁଳା ଗଛ ମୂଳେ ପୂଜାର୍ଚନା କରିଥିଲେ । ଖୋଳ ତାଳ ଘଣ୍ଟ ହୁଳହୁଳି ଧ୍ଵନିରେ ଅଁଳା ଗଛର ଚାରି ପଟେ ପରିକ୍ରମା କରି ଏହି ଅଁଳା ତଳ ପୂଜାର ସମାପ୍ତି କରିଥିଲେ ।
Next Post