କଫ୍‌ ସିରଫ୍‌ କାରବାର କରି ୩ ଅଭିଯୁକ୍ତ

ବରଗଡ଼ : କଫ୍‌ ସିରଫ୍‌ କାରବାରର ବଡ଼ ପର୍ଦ୍ଦାଫାସ କରିଛି ବରଗଡ଼ ପୁଲିସ୍ । ୮,୩୮୦ କଫ୍‌ ସିରଫ୍‌ ବୋତଲ ଜବତ କରିବା ସହିତ ପୁଣି ୩ ଜଣଙ୍କୁ ଗିରଫ କରିଛି । ଗିରଫ ୩ ଅଭିଯୁକ୍ତମାନେ ‌ହେଲେ ସିଦ୍ଧାନ୍ତ କୁମାର ନାୟକ, ପୂର୍ଣ୍ଣଚନ୍ଦ୍ର ବେହେରା ଓ ଲକ୍ଷ୍ମୀଧର ବେହେରା । ପ୍ରଥମ ୨ ଜଣଙ୍କର ଘର କଟକ ଜିଲ୍ଲାର ହୋଇଥିବା ବେଳେ ତୃତୀୟ ବ୍ୟକ୍ତି ବରଗଡ଼ ନିବାସୀ ଅଟନ୍ତି । ବରଗଡ଼ ଏସ୍‌ପି ପ୍ରହ୍ଲାଦ ସହାୟ ମୀନା ଶନିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.