jsm

ଅଗ୍ନିବୀର ଯବାନଙ୍କୁ ପୂର୍ବତନ ସୈନିକ ସଂଘ ତରଫରୁ ବଲାଙ୍ଗିର ରେଳ ଷ୍ଟେସନଠାରେ ଭବ୍ୟ ସମ୍ବର୍ଦ୍ଧନା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ଅଗ୍ନିବୀର ଯୋଜନାରେ ସାମିଲ ହୋଇଥିବା ବଲାଙ୍ଗିର ମାଟିର ୮ ଜଣ ଭାରତ ମାତାର ସୁଯୋଗ୍ୟ ସନ୍ତାନ ତାଙ୍କର ପ୍ରଶିକ୍ଷଣ ସାରି ଗୋଟିଏ ମାସ ଛୁଟିରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଖବର ପ୍ରସାରିତ ହେବା ପରେ ପୂର୍ବତନ ସୈନିକ ସଂଘର ସଂପାଦକ ପ୍ରତାପ ଚନ୍ଦ୍ର ରଥ ତଥା ଆହୁରି ଶୁଭେଚ୍ଛୁ ବଲାଙ୍ଗିର ରେଲୱେ ଷ୍ଟେସନରେ ପହଂଚି ଅଗ୍ନିବୀର ଯବାନଙ୍କୁ ଫୁଲମାଳ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପୂର୍ବତନ ସୈନିକ ସଂଘର ସଂପାଦକ ଶ୍ରୀ ରଥ ଯବାନମାନଙ୍କ ସହିତ ବାର୍ତ୍ତାଳାପ କରିବା ସହ ଭୂୟସୀ ପ୍ରଶଂସା କରିଥିଲେ ଏବଂ ସେମାନେ କହିଥିଲେ ଯେ, ଦେଶ ମାତୃକାର ସେବା କରି ନିଶ୍ଚିତ ଭାବରେ ଭାରତ ବର୍ଷର ତଥା ଆମ ମାଟିର ସୁରକ୍ଷା ସଦା ସର୍ବଦା ଜାଗ୍ରତ ପ୍ରହରୀ ଭାବରେ କରିବା ପାଇଁ କହିଥିଲେ । ବିହାର ରେଜିମେଣ୍ଟର ଏହି ଯବାନମାନେ ଏକ ମାସ ଛୁଟି ବିତାଇବା ପରେ ସେମାନେ ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରେ ଯୋଗଦାନ କରିବେ । ସେହି ଯବାନମାନେ ଆଜିର ପୀଢିକୁ ବାର୍ତ୍ତା ଦେଇ କହିଛନ୍ତି ଯେ, ଅଯଥା ଅନ୍ୟତ୍ର ଚାକିରି ପାଇଁ ବିବ୍ରତ ନ ହୋଇ ତଥା ପଥଭ୍ରଷ୍ଟ ଓ ଲକ୍ଷଭ୍ରଷ୍ଟ ନହୋଇ ଅଗ୍ନିବୀର ଯୋଜନାରେ ନିଜକୁ ସାମିଲ କରି ଦେଶ ସେବା ପାଇଁ ଆଗେଇ ଆସନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । ସେହି ଅଗ୍ନିବୀର ଯବାନମାନେ ହେଲେ ବଲାଙ୍ଗିର ଜିଲ୍ଲାର ଉମାକାନ୍ତ ଭୋଇ, ଇଚ୍ଛାମତ ଭୋଇ, ଯୁବୁଲୁ ଭୋଇ, ଖୁସି ନାଗ, ନନ୍ଦକିଶୋର ନାଗ, ଗିରିଧାରୀ ମାଝୀ, ପୂର୍ଣ୍ଣ ଭୋଇ ଓ ଶିବଙ୍କର ଭୋଇ । ଅନ୍ୟପଟେ ଏହି କାର୍ଯ୍ୟରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ନଅଗାଁର ପୂର୍ବତନ ସୈନିକ ଜଗଜୀବନ ଭୋଇ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.