csstore

ଗ୍ରାମ୍ୟ କୃଷି କର୍ମଚାରୀଙ୍କ କଳା ବ୍ୟାଚ୍‌ ପରିଧାନ

ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା କୃଷି କର୍ମଚାରୀ ସଂଘ ତଥା ଜିଲ୍ଲା ସଂଘର ନିର୍ଦ୍ଦେଶ ମୁତାବକ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍‌ରେ କାର୍ଯ୍ୟରତ ସମସ୍ତ କୃଷି କର୍ମଚାରୀ କଳା ଵ୍ୟାଚ୍‌ ପରିଧାନ କରି ପ୍ରତିବାଦ କରିଛନ୍ତି । ଏହି କାର୍ଯ୍ୟକ୍ରମ ଆସନ୍ତା ୨୦ ତାରିଖ ଯାଏଁ ବିଭିନ୍ନ ଦାବି ଯଥା, ଗ୍ରେଡ୍‌ ପେକୁ ୨୦୦୦ ରୁ ୪୨୦୦କୁ ବୃଦ୍ଧି, ପଦବୀର ନାମ ପରିବର୍ତ୍ତନ, କ୍ୟାଡ଼ର ପୁନର୍ଗଠନ, ଠିକା ନିଯୁକ୍ତିର ୬ବର୍ଷକୁ ମୂଳ ଚାକିରୀରେ ଗଣନା ପ୍ରମୁଖ ଦାବି ନେଇ କଳା ବ୍ୟାଚ ପରିଧାନ କରିବେ ବୋଲି ଜଣାଯାଇଛି । ଏହି ଦାବି ଗୁଡ଼ିକ ଯଦି ଚଳିତ ମାସ ସୁଦ୍ଧା ପୂରଣ କରା ନ ଯାଏ ତେବେ ଅଗଷ୍ଟ ପହିଲାରୁ ସମୂହ ଛୁଟିରେ ରହିବେ ବୋଲି ମ.ରାମପୁର ବ୍ଲକ୍ ମଦନପୁର ଗ୍ରାମ୍ୟ କୃଷି କର୍ମଚାରୀ ବୁଦ୍ଧ ଦେବ ସାହୁ ( ମଦନପୁର), ଅନୀଲ କୁମାର ଦୋରା ( କୁମେର ପଟା), ରାଜେନ୍ଦ୍ର ନାରାୟଣ ମାଝୀ,(ଗୌଡ କେଲା ), ନନ୍ଦ ଲାଲ ଭୋଇ ( ସିଂହ ପୁର), ଅମୀୟ ରଞ୍ଜନ ମାଝୀ (ଡମ୍ୱ କର୍ଲା ଖୁଣ୍ଟା) ପ୍ରକାଶ କରିଥିଲେ ।

jayashree
Leave A Reply

Your email address will not be published.