ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଟୁଇଟ୍ କରି ସେ ଲେଖିଛନ୍ତି, ପବିତ୍ର ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା । ନୂଆବର୍ଷ ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଆଣିଦେଉ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଓଡ଼ିଆ ଜାତି ଆହୁରି ଭବ୍ୟ ଏବଂ ସମୃଦ୍ଧଶାଳୀ ହେଉ ଏବଂ ଓଡ଼ିଶା ସମ୍ପନ୍ନତାର ଶୀର୍ଷରେ ପହଞ୍ଚୁ, ଏହା କାମନା କରୁଛି ।