jayashree

ପୂର୍ବ ଓଡିଶାର କବିଙ୍କ ମୁହଁରେ ଜୟ କୋଶଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକ ଅନ୍ତର୍ଗତ ଖୁଟପାଲି ଗାଁର ଝିଅ ଓ କୋମନା ଗାଁର ବୋହୂ ମୀରାବାଈ ପାଣିଗ୍ରାହୀ କୋଶଲି କୁଇନ୍‌ କୋଶଲ ଭାଷାର ଚାଲି ଚଲଣୀ, ନୀତି ସଂସ୍କାର ଉପରେ କବିତା ବାନ୍ଧି ନିଜେ ସ୍ୱର ସଂଯୋଜନା କରି ଗାଇଛନ୍ତି । ସୋସିଆଲ ମିଡ଼ିଆ ଓ ଅନେକ ଗୃପରେ ଦେଇଛନ୍ତି । ସେଇ ଗୀତ ଶୁଣି ଆଉ କୋଶଲି ମାଟିର ଚାଲି ଚଲଣୀ ଶୁଣି ଭାବ ବିହ୍ୱଳ ହୋଇ ଅନେକ କଟକ, ଭୁବନେଶ୍ୱର, ବାଲେଶ୍ଵର ଜିଲ୍ଲାର ସାରସ୍ଵତ ସ୍ରଷ୍ଟା ଜୟ କୋଶଲ, ଜୟ କୋଶଲ ବୋଲି ମତାମତ ଦେଇଛନ୍ତି । ଅନେକ ଓଡିଆ ଭାଷାର ଲୋକେ କହିଥିବାରୁ ଏଇଟା ଗୋଟିଏ ବଡ କଥା ବୋଲି ଭାବୁଛନ୍ତି କୋଶଲି କୁଇନ୍ । କୋଶଲ ରାଜ୍ୟ ପାଇଁ ଏଇଟା ଗୋଟିଏ ନୂତନ ବାଟ ଦେଖାଇଛି । ତାହା ଦେଖି ଅନେକ କୋଶଲ ପ୍ରେମୀଙ୍କ ମନରେ ଗୋଟିଏ ନୂତନ ବାଟ ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.