oom

ଓଡିଶା ସରକାରୀ ଆଉଟ ସୋର୍ସିଂ ୟୁନିଅନ ପକ୍ଷରୁ ୧୧ ଦଫା ଦାବୀ ସମ୍ମିଳିତ ସ୍ମାରକପତ୍ର ପ୍ରଦାନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ସରକାରୀ ଆଉଟ ସୋର୍ସିଂ ୟୁନିଅନ, ବଲାଙ୍ଗିର ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବିଧାନସଭା ଆସନରୁ ପ୍ରତିନିଧିତ୍ଵ କରୁଥିବା ମନ୍ତ୍ରୀ ଓ ବିଧାୟକଙ୍କୁ ୧୧ ଦଫା ଦାବୀ ସମ୍ମିଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି । ରାଜ୍ୟ ସଂଗଠନ ପକ୍ଷରୁ ଦୁଇ ଥର ହେଲା ଭୁବନେଶ୍ୱର ରାଜ ରାସ୍ତାରେ ଆନ୍ଦୋଳନ ପୂର୍ବକ ନିଜ ନ୍ୟାର୍ଯ୍ୟ ଦାବୀ ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ମାତ୍ର ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେବା ଭଳି ଜଣାପଡିନାହିଁ ବୋଲି ମତ ପ୍ରକାଶ ପାଇଛି । ବିଗତ ମାର୍ଚ୍ଚ ମାସ ଶେଷରେ ହୋଇଥିବା ଆନ୍ଦୋଳନ ବେଳେ ଉନ୍ନୟନ କମିଶନର ଅନୁ ଗର୍ଗ ଶୀଘ୍ର କିଛି ଆଖିଦୃଶିଆ ପଦକ୍ଷେପ ସରକାର ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇ ଆନ୍ଦୋଳନ ପ୍ରତ୍ୟାହୃତ କରିବା ପାଇଁ ପରାମର୍ଶ ଦେଇଥିଲେ । ଏ ଭିତରେ ରାଜ୍ୟର ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିବା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏ ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲା ଶାଖା ପକ୍ଷରୁ ଲୋଇସିଙ୍ଘା ବିଧାୟକ ଡ଼. ମୁକେଶ ମହାଳିଙ୍ଗ, ବଲାଙ୍ଗିର ବିଧାୟକ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ଟିଟିଲାଗଡ଼ ବିଧାୟିକା ତଥା ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ସଭାପତି ରାଜେଶ ଝାଙ୍କର, ସମ୍ପାଦକ ଚଂଚଳ ମିଶ୍ର, ଉପ ସଭାପତି ଦିଲ୍ଲୀପ ସାହୁ, ସହ ସମ୍ପାଦକ ସୁନିଲ ମିଶ୍ର, କୋଷାଧ୍ୟକ୍ଷ ସତ୍ୟାନନ୍ଦ ସେଠ, ସରୋଜ ଦେହେରି, ଆଶୁତୋଷ ବେହେରାମାଲି, କଳିଙ୍ଗ ସୁନା, ଅରୁଣ କୁମାର ସାଗର, ପୁଷ୍ପକ ସ୍ୱାଇଁ, ପ୍ରଦୀପ ସାହୁ, ସୁଜ୍ଞାନୀ ପଟ୍ଟନାୟକ, ସୂର୍ଯ୍ୟକାନ୍ତ ବେହେରା, ଯୋଗେନ୍ଦ୍ର ମନହୀରା, ଲକ୍ଷଣ ସାହୁ, ହିମାଂଶୁ ବେହେରା, ହେମନ୍ତ ବଳବନ୍ତରାୟ, ରଶ୍ମିରଞ୍ଜନ ହୋତା ଓ ଅନୀଲ ଡୁଙ୍ଗ୍‌ଡୁଙ୍ଗ୍‌ ଆଦି ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.