ପରିବହନ ବିଭାଗ ଓ ପୋଲିସର ମିଳିତ ଗାଡ଼ି ଯାଞ୍ଚ

ଦାରିଙ୍ଗବାଡି : ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । ପ୍ରତି ମୁହୂର୍ତ୍ତରେ ଘଟୁଛି ଦୁର୍ଘଟଣା ଯାଉଛି ନିରୀହ ଜୀବନ । ଏହାକୁ ଆଖି ଆଗରେ ରଖି ଫୁଲବାଣୀ ଆଞ୍ଚଳିକ ପରିବହନ ବିଭାଗ ଓ ଦାରିଙ୍ଗବାଡି ପୁଲିସ ପକ୍ଷରୁ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଗାଡ଼ି ଯାଞ୍ଚ କରାଯାଇଥିଲା । ଦାରିଙ୍ଗବାଡି ସ୍ଥିତ ଡବେରୀ, ହିଲ ଭିୟୁ ଛକ ଓ କଫି ବଗିଚା ନିକଟରେ ଗାଡ଼ି ଯାଞ୍ଚ କରାଯାଇଥିଲା । ହେଲମେଟ୍‌ ଯାଞ୍ଚ ସହ ଗାଡ଼ି କାଗଜ ପତ୍ର ଓ ମଦ୍ୟପାନ କରି ଗାଡ଼ି ଚାଳନା କରୁଥିବା ଲୋକଙ୍କୁ ଯାଞ୍ଚ କରିଥିଲେ । ଯାଞ୍ଚରେ ୬୫ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା କଟାଯାଇଥିବା ବେଳେ ୧୦ ଜଣ ମଦ୍ୟପ ଚାଳକଙ୍କ ଡ୍ରାଇଭର ଲାଇସେନ୍ସ ରଦ୍ଦ କରାଯାଇଥିଲା । ଏସଆଇ ଜିତେନ୍ଦ୍ର ବେହେରା, ଏଏସଆଇ ପି. ଶ୍ରୀନିବାସ ରାଓ ସମେତ ପୋଲିସ ଫୋର୍ସ ଓ ପରିବହନ ବିଭାଗର ଅଧିକାରୀମାନେ ଗାଡ଼ି ଯାଞ୍ଚ କରିଥିଲେ ।

Leave A Reply

Your email address will not be published.