ସୁଭଦ୍ରା ଲୁଗା ଦୋକାନରେ ଲାଗିଲା ନିଆଁ : ଲକ୍ଷାଧିକ ଟଙ୍କାର ଶାଢ଼ୀ ନଷ୍ଟ

ଭଦ୍ରକ : ଭଦ୍ରକ ଥାନା ଛକ ନିକଟରେ ଥିବା ସୁଭଦ୍ରା ଲୁଗା ଦୋକାନରେ ଲାଗିଲା ନିଆଁ । ସର୍ଟ ସର୍କିଟ ଯୋଗୁଁ ହୁ ହୁ ହୋଇ ଜଳିଲା ଲକ୍ଷାଧିକ ଟଙ୍କାର ଲୁଗା । ଅଗ୍ନିକାଣ୍ଡରେ ଜଳିଗଲା ଲୁଗା ଦୋକାନରେ ଗଚ୍ଛିତ ଥିବା କିଛି ଲୁଗା ସାମଗ୍ରୀ ପୋଡି ଯାଇଥିବା ଜଣାପଡିଛି । ଏ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନିଆଁ ଲିଭା କାର୍ଯ୍ୟରେ ଦୁଇଟି ଦମକଳ ବାହିନୀ ନିୟୋଜିତ ହୋଇଥିଲେ ।

Leave A Reply

Your email address will not be published.