oom

ବୀର ଯବାନଙ୍କ ଅକାଳ ବିୟୋଗ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତର ରାଉଳିବନ୍ଧ ଗ୍ରାମର ପୁଣେରେ ଆର୍‌ମିରେ ହାବିଲଦାର ଭାବେ କାର୍ଯ୍ୟରତ ପି. ସନ୍ତୋଷ ରେଡି(୩୪)ଙ୍କ ଅକାଳ ବିୟୋଗ ଘଟିଥିବା ଜଣାପଡିଛି । ଯାହାକୁ ନେଇ ନିଜ ଗ୍ରାମ ସହ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ ଯେ, ଗତ ୬ ମାସ ହେଲା ଯବାନ ଜଣକ କିଡ଼ନିଜନିତ ରୋଗରେ ପୀଡିତ ଥିଲେ । ଚିକିତ୍ସାଧୀନ ଥିବା ବେଳେ ତାଙ୍କର ବିୟୋଗ ଘଟିଥିଲା । ଗ୍ରାମରେ ସ୍ୱର୍ଗତ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଶୋଭାଯାତ୍ରାରେ ଶବକୁ ନିଆଯାଇ ସମ୍ମାନ ଜଣାଇବା ପରେ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଖଣ୍ଡଦେଉଳି ସ୍ଥିତ ଭଗତ ସିଂ କଲେଜ ଅଧ୍ୟକ୍ଷ ଦିବାକାର ସ୍ୱାଇଁ, ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଟା ପ୍ରଧାନ, ଜିଲ୍ଲା ପରିଷଦ ପ୍ରତିନିଧି କୈଳାସ ଚନ୍ଦ୍ର ସ୍ୱାଇଁ, ପୂର୍ବତନ ସରପଞ୍ଚ ଶ୍ୟାମା ରେଡି, ସରପଞ୍ଚ ପ୍ରତିନିଧି ଭୀମସେନ ସାହୁ, ସମିତି ପ୍ରତିନିଧି ରାମଚନ୍ଦ୍ର ରେଡି, ଲିଙ୍ଗରାଜ ମହାପାତ୍ର ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ ଗ୍ରାମ୍ୟ ସଭାପତି, ସମ୍ପାଦକ ଓ ଗ୍ରାମବାସୀ ଶୋକବ୍ୟକ୍ତ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.