oom

ଭ୍ରୁଣ ହତ୍ୟା ବନ୍ଦ କରିବା ପାଇଁ ଛାତ୍ରଛାତ୍ରୀଙ୍କ ଦ୍ୱାରା ସଚେତନତା ରାଲି

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ସାତ ଦିନିଆ ଶୀତକାଳୀନ ସ୍ଵତନ୍ତ୍ର ଶିବିରର ପଞ୍ଚମ ଦିବସରେ ଡ଼. ସୁଶାନ୍ତ କୁମାର ସେଠିଙ୍କ ତତ୍ଵାବଧାନରେ ବୋରିଗାଁରେ ଶିଶୁକନ୍ୟା ଭ୍ରୁଣ ହତ୍ୟା ବିରୋଧରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ଛାତ୍ରଛତ୍ରୀମାନେ ସ୍ଲୋଗାନ ଦେଇ ଶିଶୁ କନ୍ୟା ଅଟେ ଆମରି ରତ୍ନ, ବଡ ହେଲେ ନିଏ ଆମର ଯତ୍ନ, ୨. କନ୍ୟା ଆଣେ ଘରେ ସୁଖ ସମୃଦ୍ଧ, କନ୍ୟା ଭ୍ରୁଣ ହତ୍ୟାକୁ କର ବିରୋଧ, ୩.ଝିଅ ନୁହଁଇ ଘରର ଭାର, ସେ ହିଁ ସୃଷ୍ଟିର ଆଧାର, ୪. ଝିଅ ଅଟଇ ଘରର ଶିରୀ, ଭ୍ରୁଣ ବେଳୁ ତାକୁ ନଦିଅ ମାରି ଏଭଳି ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିପାରିଥିଲେ । ଏଥିରେ ସୁଧାଙ୍ଗିନି ନାହାକ, ମହାପ୍ରସାଦ ମହାପାତ୍ର, କାହ୍ନୁ ବେହେରା, ରଘୁନାଥ ସାହୁ, ଶୋଭାରାଣୀ ବେହେରା, ଶାଶ୍ଵତ ମଣ୍ଡଳ, ଇତିଶ୍ରୀ ସାହୁ, ଜ୍ୟୋତି ରଞ୍ଜନ ପ୍ରଧାନ, ବଳିଆ ମୁଦୁଲି, ଗୁଡୁଲି ବିଶ୍ଵାଳ ଓ ଅନ୍ୟ ସ୍ୱେଚ୍ଛାସେବୀମାନେ ଯୋଗଦେଇ ଗାଁରେ ଘରେ ଘରେ ବୁଲି ଲୋକଙ୍କୁ ସଚେତନ କରିଥିଲେ ।

jittmm
Leave A Reply

Your email address will not be published.