ଜି -୨୦ ଶିଖର ସମ୍ମିଳନୀରେ ଯୋଗଦେବାକୁ ଆଜି ଇଣ୍ଡୋନେସିଆ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଲି ଗସ୍ତ କରିବେ । ବାଲିରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ୍‌, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ପ୍ରମୁଖ ଅଂଶ ଗ୍ରହଣ କରିବେ । ବୈଠକରେ ଯାେଗଦେବାକୁ ୨୦ ଟି ଦେଶର ନେତା ଏବେ ଇଣ୍ଡୋନେସିଆରେ ଆସି ପହଁଚିଛନ୍ତି । ବିଶ୍ ଜିଡିପିର ୮୫% ଏବଂ ବିଶ୍ ଜନସଂଖ୍ୟାର ପ୍ରାୟ ଦୁଇ ତୃତୀୟାଂଶ ଲୋକଙ୍କ ସ୍ବାର୍ଥକୁ ନେଇ – “ଏକାଠି ପୁନରୁଦ୍ଧାର, ଶକ୍ତିଶାଳୀ ପୁନରୁଦ୍ଧାର” ର ଥିମ୍ ଉପରେ ଏଠାରେ ବିଶ୍ବନେତାମାନେ ଆଲୋଚନା କରିବେ । ଇଣ୍ଡୋନେସିଆରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ବିଶ୍ୱ ନେତୃବୃନ୍ଦଙ୍କ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା କରିବେ । ଭାରତର ବିକାଶଶୀଳ ନୀତି ନେଇ ଥିବା ପ୍ରାଥମିକତା ବିଷୟରେ ସେମାନଙ୍କୁ ସମ୍ବେଧନ କରିବେ । ଏହି ଜି -୨୦ ଶିଖର ସମ୍ମିଳନୀ ରେ କୋଭିଡ ମହାମାରୀ ପରେ ଅର୍ଥନୈତିକ ଅନିଶ୍ଚିତତାର ପ୍ରଭାବ ଉପରେ ମଧ୍ୟ ବିଶ୍ୱ ନେତା ଆଲୋଚନା କରିପାରନ୍ତି । ବୈଠକର ଲୋଗୋରେ ଚଳିତ ବର୍ଷ ପଦ୍ମଫୁଲ ଏହି ସମୟରେ ଆଶାର ଏକ ପ୍ରତିନିଧିତ୍ୱ ବୋଲି ଗତ ସପ୍ତାହରେ ଭାରତର ଜି -୨୦ ଲୋଗୋ ଉନ୍ମୋଚନ ସମୟରେ ପିଏମ ମୋଦୀ କହିଛନ୍ତି । ଆଗାମୀ ଦିନରେ ଭାରତ ମଧ୍ୟ ଏହାର ଅଧ୍ୟକ୍ଷ ଭାର ସମ୍ଭାଳିବାକୁ ଯାଉଛି ।

Leave A Reply

Your email address will not be published.