lika

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

gbag

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ପରିସରରେ ଗୁରୁବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀଙ୍କ ତତ୍ଵାବଧାନରେ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଷା ନିଶଂକ ଓ ବିଏସଏସଓ ତପନ ଚନ୍ଦ୍ର ଦାଶଙ୍କ ନେତୃତ୍ଵରେ ଏହି ଶିବିର ଆୟୋଜନ କରାଯାଇଥିଲା । ଅସ୍ଥିଶଲ୍ୟ ବିଭାଗର ଡକ୍ଟର ସନ୍ତୋଷ କୁମାର ସାହୁ, ଡକ୍ଟର ଧର୍ମରାଜ ନାଗ, ମାନସିକ ବିଭାଗର ଡକ୍ଟର ସାଇ ପ୍ରସାଦ ରାୟ, ଡକ୍ଟର ଅପର୍ଣ୍ଣା ମହାନ୍ତି, ଚକ୍ଷୁ ବିଭାଗର ଡକ୍ଟର ଜ୍ୟୋତ୍ସ୍ନାରାଣୀ ତ୍ରିପାଠୀ, ଡକ୍ଟର ସନ୍ୟାସୀ ନାୟକ ଓ କର୍ଣ୍ଣ ନାସା ଗଳା ବିଭାଗର ଡାକ୍ତର ରବୀନ୍ଦ୍ର କୁମାର ଘଡେଇ ପ୍ରମୁଖ ଡ଼ାକ୍ତରମାନେ ଶିବିରରେ ଯୋଗ ଦେଇଥିଲେ ।୫୧୨ ଜଣ ହିତାଧିକାରୀ ଅନ୍‌ଲାଇନ ମାଧ୍ୟମରେ ଆବେଦନ କରି ପ୍ରମାଣ ପତ୍ର ପାଇଁ ଏହି ଶିବିରରେ ନାମ ପଞ୍ଜିକରଣ କରିଥିଲେ ।ଏସଏମଆରସି ଭୁବନେଶର ସହାୟତାରେ ଓ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହଯୋଗରେ ୪୬ ଜଣ ଭିନ୍ନକ୍ଷମଙ୍କୁ କୋଭିଡ ଟିକା ଦିଆ ଯାଇଥିଲା । ବ୍ଲକ କର୍ମଚାରୀ, ଅଙ୍ଗନୱାଡି କର୍ମୀ ଓ ମିଶନ ଶକ୍ତି ମହାସଂଘର ସଦସ୍ୟାମାନେ ଏଥିରେ ସହଯୋଗ କରିଥିଲେ ।

babaa
Leave A Reply

Your email address will not be published.