ପ୍ରଗତି ଉତ୍କଳ ସଂଘର ବର୍ଷା ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ତରଫରୁ ବର୍ଷା ସାହିତ୍ୟ ଆସର ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଉପସଭାପତି ରଶ୍ମିରଂଜନ ବୋଇତାଇଙ୍କ ସଭାପତିତ୍ୱ ସାଧାରଣ ସଂପାଦକ ରାଧାମୋହନ ନାୟକଙ୍କ ଆବାହକତ୍ୱ ଓ ସାଂସ୍କୃତିକ ସଂପାଦକ ଅଶୋକ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଅଞ୍ଜଳିପ୍ରଭା ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ନିଜ ବକ୍ତବ୍ୟରେ କହିଥିଲେ ଯେ, ବର୍ଷାର ଆଗମନେ ଧରଣୀ ରାଣୀ ସୁଶୋଭିତ ସବୁଜିମାରେ ପରିପୂର୍ଣ୍ଣ ହୋଇଯାଏ । ଚାଷୀ ଭାଇଙ୍କ ମୁହଁରେ ହସ ଫୁଟାଇବା ସହ ପୃଥିବୀରୁ ଜଳକଷ୍ଟ ଦୂରକରେ । ବର୍ଷାକୁ ଦେଖି କବିର କଲମମୁନ ଚଳଚଞ୍ଚଳ ହୋଇଉଠେ । ଯାହାର ନିଚ୍ଛୁକ ଉଦାହରଣ ଏହି ଆସର । ପ୍ରାରମ୍ଭରେ ଶ୍ରୀ ପଟ୍ଟନାୟକ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ସଭାପତିତ୍ୱ କରୁଥିବା ଶ୍ରୀ ବୋଇତାଇ ଅତିଥିଙ୍କ ପରିଚୟ ପ୍ରଦାନ ସହ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ପରେ କବି ରଶ୍ମି ସାହୁ ଓ କନକଲତା ମିଶ୍ରଙ୍କ ସଂଯୋଜନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ସର୍ବଶ୍ରୀ ଅଶୋକ କୁମାର ପଟ୍ଟନାୟକ, ଉପେନ୍ଦ୍ର ବସ୍ତିଆ, ଅଭିରାମ ପ୍ରଧାନ, କୁଞ୍ଜବିହାରୀ ରାଉତ, ଉର୍ବଶୀ ଦାଶ ପତି, ସୁଶାନ୍ତ କୁମାର ନାୟକ, ତ୍ରିଲୋଚନ ସ୍ବାଇଁ, ନିରୁପମା ପତି, ଡାକ୍ତର କୃପାସିନ୍ଧୁ ନାୟକ, ସଂଜୀବ କୁମାର ଭୋଇ, ପ୍ରତାପ ପଣ୍ଡା, ବିନତା ମହନ୍ତ, କିଶୋରୀ ମୋହନ କର, ବବିତା ମହାଳିକ, ମୀନକେତନ ପଶାୟତ, ପୁଷ୍ପାରାଣୀ ପଟେଲ, ଅଜୟ କୁମାର ମହାନ୍ତି, ସ୍ମିତା ମିଶ୍ର, ବସନ୍ତ ବିଶ୍ୱକର୍ମା, ସ୍ୱର୍ଣ୍ଣପ୍ରଭା ଦତ୍ତ, ଅତୁଲ୍ୟ ମହାକୁଡ, ପ୍ରକାଶ ଚନ୍ଦ୍ର ସେଠୀ, ପ୍ରଫୁଲ୍ଲ ସାମଲ, ବ୍ରଜବିହାରୀ ଦାଶ ଓ ସଂଯୋଜିକା ଦ୍ୱୟ ସ୍ୱରଚିତ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରଦୀପ କୁମାର ପଟ୍ଟନାୟକ, ଘନଶ୍ୟାମ ଧଳ, ପରିକ୍ଷିତ ଗୁରୁ, ସୁନିଲ୍ ମହାନ୍ତି, ଅଶୋକ କୁମାର ମହାତୋ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଅରବିନ୍ଦ ପାତ୍ର, ଇନ୍ଦ୍ରମଣୀ ମହାପାତ୍ର, ରତିକାନ୍ତ ମିଶ୍ର, ପ୍ରସନ୍ନ କୁମାର ମହାନ୍ତି, ଦିଲୀପ କୁମାର ମାହାତୋ, ବସନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସାଧାରଣ ସଂପାଦକ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.