୫ ଶ୍ରମିକଙ୍କ ମୃତଦେହ ଏକସାଙ୍ଗରେ ଉଦ୍ଧାର

ହାଇଦ୍ରାବାଦ୍‌ : ତେଲେଙ୍ଗାନାର କୋଲାପୁରରେ ୫ ଜଣ ଶ୍ରମିକଙ୍କ ମୃତଦେହ ଏକାସାଙ୍ଗରେ ମିଳିଛି । ଏହାକୁ ନେଇ ଏଠାରେ ଉତ୍ତେଜନା ଦେଖାଦେଇଛି । ଏହି ପାଞ୍ଚଜଣ ଶ୍ରମିକଙ୍କ ମୃତଦେହ ଭୂତଳ ନିର୍ମାଣ ସ୍ଥଳରୁ ମିଳିଛି । କୋଲାପୁର ପୋଲିସ ଇନ୍ସପେକ୍ଟର ଭେଙ୍କଟା ରେଡ୍ଡୀ କହିଛନ୍ତି, ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଏଠାରେ ଥିବା ଏକ ଭୂତଳ ନିର୍ମାଣ ସ୍ଥଳରେ ପାଞ୍ଚ ଜଣ ଯୁବକ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା । ତାଙ୍କ ଶରୀରରେ ଆଘାତ ଚିହ୍ନ ମଧ୍ୟ ରହିଥିଲା, ପରେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ତେବେ ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.