ବନ୍ଧପଡ଼ା ହାଇସ୍କୁଲକୁ ମିଳିଲା ନୂତନ ଉଚ୍ଚ ମାଧ୍ୟମିକ ସ୍କୁଲର ମାନ୍ୟତା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ପଞ୍ଚିମାଞ୍ଚଳରେ ଥିବା ବନ୍ଧପଡ଼ା ହାଇସ୍କୁଲରେ ଚଳିତ ଶିକ୍ଷାବର୍ଷରୁ ଯୁକ୍ତଦୁଇ କଳା ପାଠ ପଢ଼ିବାର ସୁଯୋଗ ପାଇବେ । ଗତ ୧୯/୭/୨୨ରେ ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଅନୁପମ ସା (ଆଇଏଏସ୍‌)ଙ୍କ ପତ୍ର ସଂଖ୍ୟା ୮୮୦୭ରେ ଜଣାପଡ଼ିଛି । ଏହି ପତ୍ରରୁ ଜଣାପଡ଼ିଛି ଯେ, କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗର ପ୍ରୋଜେକ୍ଟ ଏପୃଭାଲ ବୋର୍ଡ଼ (ପିଏବି) ଏହାକୁ ସ୍ବିକୃତି ପ୍ରଦାନ କରିଛନ୍ତି । ଏହି ଖବର ଜଣାପଡିବା ପରେ ବନ୍ଧପଡ଼ା ଅଞ୍ଚଳର ଛାତ୍ରଛାତ୍ରୀଙ୍କ ନୂଆଁ ଆଶା ଦେଖାଯାଇଛି । ଏହି ଅଞ୍ଚଳରେ ଉଚ୍ଚ ଶିକ୍ଷାଦାନ ପାଇଁ ବହୁ ଦିନରୁ ଦାବୀ କରାଯାଉଥିଲେ ମଧ୍ୟ ଚଳିତ ବର୍ଷ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବାରୁ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.