oom

ବଞ୍ଜାରି ମହିମା ଆଶ୍ରମରେ ହଳଦିଆ ତୈଳିକ ସମାଜର ବୈଠକ ଅନୁଷ୍ଠିତ : ନୂତନ ହଳଦିଆ ତେଳି ଜୁଆନ କୁଟୁମର କମିଟି ଗଠନ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ବଞ୍ଜାରି ମହିମା ଆଶ୍ରମ ପ୍ରାଙ୍ଗଣଠାରେ ଜିଲ୍ଲା ତୈଳିକ ବୈଶ୍ୟ ସମାଜର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ତୈଳିକ ବୈଶ୍ୟ ସମାଜର ସଭାପତି ପ୍ରଫୁଲ୍ଲ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମାଜର ଆହ୍ୱାନ କ୍ରମେ ପାଟଣାଗଡ଼ ଅଞ୍ଚଳର ସମସ୍ତ ପଞ୍ଚାୟତର କର୍ମକର୍ତ୍ତାଙ୍କ ସହ ଯୁବକମାନେ ଯୋଗଦାନ କରିଥିଲେ । ଆଗାମୀ ଦିନରେ ବ୍ଲକ ସଂଘଗୁଡିକ ସୁଦୃଢ଼ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ସମାଜକୁ ସୁଦୃଢ଼, ଶୃଙ୍ଖଳିତ ଓ ପରିମାର୍ଜିତ କରିବା ସକାଶେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ହଳଦିଆ ତୈଳିକ ସମାଜର ସାମଗ୍ରିକ ବିକାଶ, ଶିକ୍ଷା, ସ୍ଵାସ୍ଥ୍ୟ, ନିଶା ନିବାରଣ ଶୃଙ୍ଖଳିତ ସମାଜ ଗଠନ ପାଇଁ ଯୁବ ଶକ୍ତିର ଆବଶ୍ୟକ ରହିଛି ବୋଲି ମତ ପ୍ରକାଶ ପାଇଛି । ଏଣୁ ଯୁବ ପିଢିକୁ ସମାଜ ସେବାରେ ନିଜକୁ ସମର୍ପିତ ହେବାକୁ ବୈଠକରେ ଆହ୍ୱ।ନ ଦିଆ ଯାଇଥିଲା । ପରିଶେଷରେ ସର୍ବସମ୍ମତି କ୍ରମେ ସମାଜ ଯୁବକମାନଙ୍କୁ ନେଇ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ହଳଦିଆ ତେଳି ଜୁଆନ କୁଟୁମ ନାମରେ ଏକ କମିଟି ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବେ କ୍ଷୀରୋଦ୍ର ସାହୁ, ଉପସଭାପତି ରୋସନ ସାହୁ, ସଂପାଦକ ପ୍ରଫୁଲ୍ଲ ସାହୁ, ସହ ସମ୍ପାଦକ ଦେବାଶିଷସାହୁ, କୋଷାଧ୍ୟକ୍ଷ ନାରାୟଣ ସାହୁ ପ୍ରମୁଖ ମନୋନୀତ ହୋଇଥିବା ବେଳେ ପରିଚନା କମିଟିର ସଂଯୋଜକ ରୁଦ୍ରଦତ୍ତ ସାହୁ, ଯୁଗ୍ମ ସଂଯୋଜକ ଚିନ୍ତାମଣି ସାହୁ ମନୋନୀତ ହୋଇଥିଲେ । ଉପଦେଷ୍ଟା ସଭ୍ୟ ଦୁଃଖନାଶନ ସାହୁ, ରଞ୍ଜିତ ସାହୁ, ଅଭିମନ୍ୟୁ ସାହୁ, ପ୍ରଦିପ ସାହୁ, ଆଶିଷ ସାହୁ ପ୍ରମୁଖ ମନୋନୀତ ହୋଇଛନ୍ତି । ଅଞ୍ଚଳର ସମାଜର ଶତାଧିକ କର୍ମକର୍ତ୍ତା ସଦସ୍ୟ ଯୋଗ ଦେଇଥିବା ବେଳେ ପ୍ରଫୁଲ୍ଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.