ବିନ୍ଧ୍ୟବାସିନୀ ମନ୍ଦିରର ସେବକଙ୍କ ଦେହାନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ପାଇକମାଲ ବଢେଇପଡା ନିବାସୀ ନୃସିଂହନାଥ ପୀଠରେ ଅବସ୍ଥିତ ବିନ୍ଧ୍ୟବାସନୀ ମନ୍ଦିରର ସେବକ ପଞ୍ଚୁ କୁମ୍ଭାରଙ୍କ ୯୫ ବର୍ଷ ବୟସରେ ପାଇକମାଲଠାରେ ଦେହାନ୍ତ ହୋଇଯାଇଛି । ଗତ ଛଅ ମାସ ହେବ ସେ ଘରେ ଶଯ୍ୟାଶାୟୀ ଅବସ୍ଥାରେ ଚିକିତ୍ସିତ ହେଉଥିଲେ । ସ୍ୱର୍ଗତ କୁମ୍ଭାରଙ୍କ ୫ ପିଢି ଧରି ନୃସିଂହନାଥ ମନ୍ଦିର ସେବା କରି ଆସୁଥିଲେ । ଦଶହରା ପୂଜା ସମୟରେ ସପ୍ତମୀ ଦିନ ରାତ୍ରିରେ ପାଇକମାଲ ଗୌନ୍ତିଆଙ୍କ ଘରୁ ପୂଜା ଅର୍ଚ୍ଚନା କରି ବିନ୍ଧ୍ୟବାସିନୀ ମନ୍ଦିରକୁ ଅନ୍ଧାରି ବିଜେ ସମୟରେ ବଜା ବଜାଇ ୨ ଦିନ ଧରି ସେଠାରେ ସେବା କରୁଥିଲେ । ତାଙ୍କ ପଛରେ ଦୁଇଟି ପୁଅ ଜନ୍ମଜୟ କୁମ୍ଭାର ଓ କର୍ମଜୟ କୁମ୍ଭାର ସହ ଜଣେ ଝିଅକୁ ଛାଡି ଯାଇଛନ୍ତି । ସେ ଜଣେ ସରଳ, ମେଲାପୀ, ନିର୍ବିବାଦୀୟ ବ୍ୟକ୍ତି ଭାବେ ସମସ୍ତଙ୍କଠାରେ ବେଶ ଆଦୃତ ଥିଲେ ।

Leave A Reply

Your email address will not be published.